ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୋଲ୍ଡମ୍ୟାନ ସାକ୍ସର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୋଲ୍ଡମ୍ୟାନ ସାକ୍ସର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ; “@GoldmanSachsର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀଙ୍କ ସହ ସଫଳ ଆଲୋଚନା ହେଲା। ନିକଟରେ ହୋଇଥିବା ସଂସ୍କାର ଓ ବାଣିଜ୍ୟ ଅନୁକୂଳ ବାତାବରଣ ଦ୍ୱାରା ପ୍ରେରିତ ଭାରତର ବିକାଶର ଅପାର ସମ୍ଭାବନାଗୁଡିକୁ ରେଖାଙ୍କିତ କଲି। ଏହାସହିତ ଆନ୍ତର୍ଜାତିକ କମ୍ପାନୀଗୁଡିକ ପାଇଁ ଭାରତ କିପରି ବହୁ ସୁଯୋଗ ପ୍ରଦାନ କରେ ସେ ସମ୍ପର୍କରେ ଆଲୋଚନା କଲି।”

Related Articles

Leave a Reply

Your email address will not be published.

Back to top button