ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ, ଇମ୍ଫାଲ ବିମାନବନ୍ଦର ସମ୍ମୁଖରେ ଅଟକାଇଲା ପୋଲିସ

ନୂଆଦିଲ୍ଲୀ: ହିଂସା ପ୍ରଭାବିତ ମଣିପୁର ପରିଦର୍ଶନ କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ପୋଲିସ ଆଗକୁ ବଢିବା ପାଇଁ ଦେଇନାହିଁ। ଇମ୍ଫାଲ ବିମାନବନ୍ଦର ସମ୍ମୁଖରେ ବିଷ୍ଣୁପୁର ଚେକପୋଷ୍ଟରେ ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆଯାଇଛି। ଇମ୍ଫାଲ ବିମାନବନ୍ଦରରେ ଅବତରଣ କରିବା ପରେ ସେ ଚୁରାଚାନ୍ଦପୁର ଯାଉଥିଲେ। ସୂଚନାନୁସାରେ, ସୁରକ୍ଷା ଦୃଷ୍ଟିରୁ ରାହୁଲ ଗାନ୍ଧୀଙ୍କ ଗାଡିକୁ ଅଟକାଇ ଦିଆଯାଇଛି। ରାହୁଲ ଗାନ୍ଧୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରେ ଲେଖାଯାଇଛି ଯେ, ଆପଣଙ୍କର ରାହୁଲ ଗାନ୍ଧୀ ପ୍ରେମ, ଭାଇଚାରା ଏବଂ ଶାନ୍ତି ବାର୍ତ୍ତା ନେଇ ମଣିପୁରରେ ପହଞ୍ଚିଛନ୍ତି। କିଛି ସମୟ ମଧ୍ୟରେ ସେ ହିଂସାର ଶିକାର ହୋଇଥିବା ଲୋକଙ୍କୁ ଭେଟିବେ।

Related Articles

Leave a Reply

Your email address will not be published.

Back to top button