୨୦ ବର୍ଷ ପରେ ଆମେରିକାରେ ୫ ମ୍ୟାଲେରିଆ ରୋଗୀ ଚିହ୍ନଟ

ଓ୍ବାଶିଂଟନ: ଫ୍ଲୋରିଡା ଏବଂ ଟେକ୍ସାସରେ ଗତ ଦୁଇ ମାସ ମଧ୍ୟରେ ୫ଟି ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଛି। ଏହି ସମସ୍ତ ରୋଗୀ କୌଣସି ବିଦେଶ ଭ୍ରମଣରେ ଯାଇ ନ ଥିବା ଜଣାପଡ଼ିଛି। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି, ଫ୍ଲୋରିଡାଠାରେ ୪ଟି ମାମଲା ଏବଂ ଟେକ୍ସାସରେ ଗୋଟିଏ ସହିତ ଦୁଇ ମାସ ମଧ୍ୟରେ ମ୍ୟାଲେରିଆ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ମଶା ନ କାମୁଡ଼ିବା ପାଇଁ ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୨୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଆମେରିକାରେ ମ୍ୟାଲେରିଆ ସଂକ୍ରମଣ ହୋଇଛି। ୨୦୨୩ରେ ଶେଷଥର ପାଇଁ ଦେଶରେ ମଶା ଦ୍ୱାରା ସଂକ୍ରମିତ ହୋଇଥିଲେ। ଏହି ସମୟରେ ଫ୍ଲୋରିଡାର ୮ ଜଣ ଲୋକ ସଂକ୍ରମିତ ହୋଇଥିଲେ। ଫ୍ଲୋରିଡା କହିଛି, ଏହାର ପ୍ରଥମ ମାମଲା ମେ’ ୨୬ରେ ସରସୋଟା କାଉଣ୍ଟିରେ ଚିହ୍ନଟ ହୋଇଥିଲା। ସେହିପରି ଟେକ୍ସାସର ଅଧିକାରୀମାନେ ଜୁନ୍‌ ୨୩ରେ କ୍ୟାମେରନ କାଉଣ୍ଟିରେ ବାହାରେ କାମ କରୁଥିବା ଟେକ୍ସାସ ବାସିନ୍ଦା ଏହି ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଏକ ଆଲର୍ଟ ଜାରି କରି କ୍ଲିନିକାଲ ବିଶେଷଜ୍ଞଙ୍କୁ ମ୍ୟାଲେରିଆ ରୋଗର ଚିହ୍ନଟ ଏବଂ ନିରାକରଣରେ ସାହାଯ୍ୟ କରିବା ପାଇଁ କହିଛି।

Related Articles

Leave a Reply

Your email address will not be published.

Back to top button