ଇଦ୍‌-ଉଲ୍‌-ଜୁହା ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର: ପବିତ୍ର ଇଦ୍‌-ଉଲ୍ -ଜୁହା ପର୍ବ ପାଇଁ ଆସନ୍ତା ୨୯ତାରିଖ ଗୁରୁବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ କ୍ୟାଲେଣ୍ଡରରେ ପୂର୍ବରୁ ଜୁନ୍ ୩୦ତାରିଖ ଶୁକ୍ରବାରକୁ ଇଦ-ଉଲ-ଜୁହା ପାଇଁ ଛୁଟି ଘୋଷଣା ହୋଇଥିଲା । କିନ୍ତୁ ଆଜି ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ଗୁରୁବାରକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ । ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆସନ୍ତା ୩୦ତାରିଖ ପରିବର୍ତ୍ତେ ୨୯ତାରିଖରେ ପବିତ୍ର ଇଦ୍ ଉଲ ଜୁହା ପାଇଁ ସମସ୍ତ ସରକାରୀ କାର୍ୟ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ଏହାସହିତ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ମଧ୍ୟ ଜୁନ୍ ୨୯ତାରିଖରେ ଇଦ୍ ଉଲ ଜୁହା ପାଇଁ ଛୁଟି ରହିବ ବୋଲି ବିଭାଗ ପକ୍ଷରୁ ଜାରି ୨ଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Related Articles

Leave a Reply

Your email address will not be published.

Back to top button