ରଥାଋଢ ହେଲେ ତିନିଠାକୁର, ଚାରିଘଣ୍ଟା ପୂର୍ବରୁ ସରିଗଲା ପହଣ୍ଡି ନୀତି

ପୁରୀ: ନିଜ ଘରକୁ ଯିବା ପାଇଁ ତିନିଠାକୁର ଆକୁଳ। ସେଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ଚାରି ଘଣ୍ଟା ପୂର୍ବରୁ ଶେଷ ହୋଇଗଲା ପ୍ରଭୃଙ୍କ ପହଣ୍ଡି ନୀତି। ଆଜି ସକାଳୁ ପ୍ରଭୃଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହି ପହଣ୍ଡି ଦିନ 12ଟା ବେଳକୁ ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ପ୍ରଭୃଙ୍କ ଲୀଳାରେ କେହି କିଛି କରିପାରିବେ ନାହିଁ। ବର୍ତ୍ତମାନ ତିନିଠାକୁର ତିନି ରଥରେ ବିଜେ କରିସାରିଛନ୍ତି। ଏହାପରେ ଆରମ୍ଭ ହେବ ଛେରା ପହଁରା ନୀତି। ସେଥିପାଇଁ ଗଜପତି ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତିନି ରଥରେ ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା ଦେବାପରେ ଆରମ୍ଭ ହେବ ରଥଟଣା।

Related Articles

Leave a Reply

Your email address will not be published.

Back to top button