ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ୍ ମୋଦି

ପୁରୀ: ବିଶ୍ବାସ ରହିଛି ଆଡପ ମଣ୍ଡପରେ ତିନିଠାକୁରଙ୍କୁ ଦର୍ଶନ କଲେ କୋଟି ଜନ୍ମ ପାପରୁ ମିଳିଥାଏ ମୁକ୍ତି। ସେଥିପାଇଁ ଜନ୍ମ ବେଦୀରେ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଥାନ୍ତି। ସେହି ପରିପ୍ରେକ୍ଷୀରେ ଆଡପମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଏବଂ ତାଙ୍କ ଭାଇ।ଗତକାଲି ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ ମୋଦି, ଭାଇ ଅଶୋକ ମୋଦିଙ୍କ ସହ ତାଙ୍କର ବନ୍ଧୁବାନ୍ଧବ ତିନିଠାକୁରଙ୍କୁ ଦର୍ଶନ କରିଥିଲେ। ସେମାନେ ସାଧାରଣ ଭକ୍ତଙ୍କ ପରି ତିନିଠାକୁରଙ୍କୁ ଦର୍ଶନ କରିଥିଲେ। ଏହାପରେ ତିନି ରଥକୁ ମୁଣ୍ଡିଆ ମାରିବା ସହିତ ଶ୍ରୀମନ୍ଦିରକୁ ମଧ୍ୟ ଯାଇଥିଲେ। ତାଙ୍କ ସହିତ ଥିଲେ ଓଡିଶାର ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ।

Related Articles

Leave a Reply

Your email address will not be published.

Back to top button