ଏୟାର ଇଣ୍ଡିଆକୁ ପଛରେ ପକାଇ ଇତିହାସ ରଚିଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଇଣ୍ଡିଗୋ ନାମକ ସର୍ବ ବୃହତ ଘରୋଇ କ୍ଷେତ୍ର ବିମାନ ଅପରେଟର ଇଣ୍ଟରଗ୍ଲୋବ ଆଭିଏସନ ୫୦୦ ନୂତନ ଏୟାରବସ୍ ଏ୩୨୦ ଫ୍ୟାମିଲି ବିମାନ କିଣିବାକୁ ଯାଉଛି। ଏହା ଯେକୌଣସି ଭାରତୀୟ ବିମାନ ସେବା ଦ୍ୱାରା ଏକକାଳୀନ ବିତରଣ କରୁଥିବା ସର୍ବାଧିକ ସଂଖ୍ୟକ ବିମାନ ଆଦେଶ। ଇଣ୍ଡିଗୋ ୫୦୦ ନୂତନ ଏୟାରବସ୍ ଏ୩୨୦ ବିମାନ ପାଇଁ ଏକ ଅର୍ଡର ରଖିଛି। ଇଣ୍ଡିଗୋ ହେଉଛି ବିଶ୍ଵର ପ୍ରଥମ ବିମାନ କମ୍ପାନୀ, ଏକାଥରକେ ଏତେ ସଂଖ୍ୟକ ବିମାନ କିଣିବା ପାଇଁ ଏୟାରବସ୍ ସହିତ କାରବାର କରିଛି। ଚଳିତ ବର୍ଷ ଭାରତରୁ ଏଭଳି ସଂଖ୍ୟକ ବିମାନ ଅର୍ଡର କରିବାର ଏହା ହେଉଛି ଦ୍ୱିତୀୟ ମାମଲା। ଏହା ପୂର୍ବରୁ ଟାଟା ଗ୍ରୁପ୍‌ର ମାଲିକାନା ଥିବା ଏୟାର ଇଣ୍ଡିଆ ପୂର୍ବରୁ ୪୭୦ ଟି ନୂଆ ବିମାନ କିଣିବା ପାଇଁ ଏୟାରବସ୍ ଏବଂ ବୋଇଙ୍ଗ ସହିତ ଚୁକ୍ତି ଘୋଷଣା କରିଥିଲା।

Related Articles

Leave a Reply

Your email address will not be published.

Back to top button