ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯୋରନ୍ଦା ପୀଠର ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଅନେକ ମହିମା ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ନବୀନ ନିବାସ ଠାରେ ଭେଟିଛନ୍ତି ଯୋରନ୍ଦା ପୀଠର ରୂପାନ୍ତର ପାଇଁ ପଦକ୍ଷେପକୁ ସେମାନେ ସ୍ୱାଗତ ଜଣାଇବା ସହ ଏଥିପାଇଁ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ ଯୋରନ୍ଦା ପୀଠ ପରିଦର୍ଶନ କରି ଏହାର ସମ୍ପୂର୍ଣ୍ଣ ରୂପାନ୍ତର ପାଇଁ ପ୍ରସ୍ତାବ ଦେବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ପ୍ରସ୍ତାବଭିତ୍ତିରେ ମୁଖ୍ୟମନ୍ତ୍ରୀ ଜୁନ୍ ୧୫ ତାରିଖ ଏଥିପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ।