ଗୀତା ପ୍ରେସକୁ ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଗୋରଖପୁରର ଗୀତା ପ୍ରେସକୁ ଦିଆଯିବ। ଧର୍ମ, ସଂସ୍କୃତି ଏବଂ ପରମ୍ପରାକୁ ଅନ୍ତର୍ଭୁକ୍ତ କରିବାରେ ପ୍ରେସର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଗାନ୍ଧୀ ଶାନ୍ତି ପୁରସ୍କାର ହେଉଛି ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦର୍ଶ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ବରୂପ ୧୯୯୫ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବାର୍ଷିକ ପୁରସ୍କାର। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ଜୁରୀ ସର୍ବସମ୍ମତି କ୍ରମେ ଗୀତା ପ୍ରେସ, ଗୋରଖପୁରକୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଗୀତା ପ୍ରେସ ୧୦୦ ବର୍ଷ ପୂରଣ କରିଛି । ଗୀତା ପ୍ରେସ ପ୍ରତିଷ୍ଠା କରିଥିବା ରାଜସ୍ଥାନର ଚୁରୁ ନିବାସୀ ଜୟଦୟାଲଜୀ ଗୋୟନ୍ଦକା (ସେଠଜୀ) ଗୀତା ପାଠ ଏବଂ ବକ୍ତବ୍ୟରେ ବହୁତ ଆଗ୍ରହ ଦେଖାଉଥିଲେ। ବ୍ୟବସାୟ ସଂପର୍କରେ ସେ ଆସି କୋଲକାତା ଯିବା ଆସିବା କରୁଥିଲେ। ସେଠାରେ ସେ ଦୋକାନରେ ସତସଙ୍ଗ ମଧ୍ୟ କରୁଥିଲେ। ଧୀରେ ଧୀରେ ସତସଙ୍ଗୀଙ୍କ ସଂଖ୍ୟା ଏତେ ବଢ଼ିଗଲା ଜାଗା ସମସ୍ୟା ଉପୁଜିବାକୁ ଲାଗିଲା। ଏହା ଉପରେ ସେ କୋଲକାତାର ବିର୍ଲା ପରିବାରର ଏକ ଗୋଦାମ ଭଡା ନେଇ ଏହାର ନାମ ଗୋବିନ୍ଦ ଭବନ ରଖିଥିଲେ। ଗୀତା ପ୍ରେସର ମ୍ୟାନେଜର ଡକ୍ଟର ଲାଲ ମଣି ତ୍ରିପାଠୀଙ୍କ ଅନୁଯାୟୀ ଜୟଦୟଲ ଜି ଗୋୟନ୍ଦକା କୋଲକାତାରେ ବଣିକ ପ୍ରେସର ସଞ୍ଚାଳକଙ୍କ ମନ୍ତବ୍ୟକୁ ଭଗବାନଙ୍କ ସନ୍ଦେଶ ବୋଲି ବିବେଚନା କରି ଗୋରଖପୁରର ସାହାବଗଞ୍ଜର ବାସିନ୍ଦା ସେଠ ଘନଶ୍ୟାମଦାସ ଏବଂ ମହାବୀର ପ୍ରସାଦ ପୋଦ୍ଦାରଙ୍କ ସାହାଯ୍ୟରେ ଏହି ପ୍ରେସକୁ ୨୯ ଏପ୍ରିଲ ୧୯୨୩ ରେ ହିନ୍ଦୀ ବଜାରରେ ମାସିକ ୧୦ ଟଙ୍କା ଭଡା ସହିତ ପ୍ରତିଷ୍ଠା କରାଇଥିଲେ। ଆବଶ୍ୟକତା ଅନୁସାରେ, ୧୯୨୬ ମସିହାରେ, ବର୍ତ୍ତମାନର ଗୀତାପ୍ରେସର ଜମି କ୍ରୟ କରାଯାଇଥିଲା, ଯାହା ଦୁଇ ଲକ୍ଷ ବର୍ଗଫୁଟରେ ଅଛି ।

Related Articles

Leave a Reply

Your email address will not be published.

Back to top button