ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଦିଲ୍ଲୀ ଫେରିଲେ

ଭୁବନେଶ୍ବର: ଗତ ୨ ତାରିଖରେ ବାଲେଶ୍ବର ବାହାନଗାରେ ଯେପରି ଟ୍ରେନ ଦୁର୍ଘଟଣା ଘଟିଲା ତାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ ୨୯୦ ଜଣ ଯାତ୍ରଙ୍କପ ମୃତ୍ୟୁ ହୋଇଛି। ତେବେ ଏପରି ଦୁର୍ଘଟଣା କାହିଁକି ଘଟିଲା ତାହାର ତଦନ୍ତ କରୁଛି ସିବିଆଇ। ଏହି ତଦନ୍ତ ସଂସ୍ଥାର ଏକ ଟିମ ଆସି ତଦନ୍ତ କରି ଦିଲ୍ଲୀ ଫେରିଯାଇଛନ୍ତି। ତେବେ ଏହି ତଦନ୍ତ ଶେଷ ହୋଇଛି କି ନାହିଁ ସେ ନେଇ କେହି କିଛି ସୂଚନା ଦେଇ ନାହାଁନ୍ତି। ସିବିଆଇ ତଦନ୍ତ କରିବ ବୋଲି ଘୋଷଣା ପରେ ଏକ ଦଳ ବାହାନଗା ଆସି ତଦନ୍ତ କରିଥିଲେ। ସେମାନେ ସିଗନାଲ ରୁମ, ରିଲେ ରୁମ, ଅଟୋମେଟିକ ସୁଇଚ ବୋର୍ଡ ପରୀକ୍ଷା ନିରୀକ୍ଷା କରିଥିଲେ। ଏ ନେଇ ସେ ବିଭିନ୍ନ ରେଳ ଅଧିକାରୀଙ୍କୁ ପଚରା ଉଚୁରା କରିଥିଲେ। ହେଲେ ତାହାର ଫଳାଫଳ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଏକ ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ସିବିଆଇ ତଦନ୍ତ କରି କୌଣସି କାରଣ ଖୋଜି ପାଇପାରି ନାହଁ ବୋଲି କୁହାଯାଉଛି। କାରଣ ଏପରି ବୈଷୟିକ ତଦନ୍ତ ସିବିଆଇ ପକ୍ଷରେ କୁଆଡେ କଷ୍ଟକର ବ୍ୟାପାର ହୋଇଛି ବୋଲି କୁହାଯାଉଛି। ସେପଟେ ସିବିଆଇ ତଦନ୍ତରେ ସମସ୍ତ ସହଯୋଗ ପ୍ରଦାନ କରାଯାଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ହେଲେ କଣ ନିର୍ଯ୍ୟାସ ବାହାରିଲା ସେ ନେଇ କେହି କିଛି କହିବାକୁ ନାରାଜ। ତେବେ ଆଉ ଏକ ସୁତ୍ର ଅନୁସାରେ ସିବିଆଇ ଟିମ ପୁଣି ଥରେ ଏହାର ତଦନ୍ତ କରିବା ପାଇଁ ବାଲେଶ୍ବର ଆସିବେ। ବର୍ତ୍ତମାନ ପ୍ରାରମ୍ଭିକ ତଦନ୍ତ ଶେଷ ହୋଇଛି। ସିବିଆଇ ଆଉ କେତେକ ବୈଷୟିକ ଅଧିକାରୀଙ୍କୁ ନେଇ ଆସିବେ ବୋଲି ଜଣାପଡିଛି। ତେବେ ଏତେବଡ ଗୁରୁତର ଘଟଣାକୁ ନେଇ ତଦନ୍ତର ଦିଗ ଯେପରି ଦ୍ରୁତ ହେବା କଥା ତାହା ହେଉ ନାହିଁ ବୋଲି ଅନୁମାନ କରାଯାଉଛି। ଘଟଣା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ ଆସି ତଦାରଖ କରିଥିଲେ। ସେଠାରେ ସେ ଘୋଷଣା କରିଥିଲେ ଯେ, ଯେ ଦୋଷୀ ତାକୁ କେବେ ଛଡାଯିବ ନାହିଁ ବୋଲି କହିଥିଲେ। ଏଥିରୁ ଅନୁମାନ କରାଗଲା ଯେ, ଖୁବ ଶିଘ୍ର ଏହି ଦୁର୍ଘଟଣାର କାରଣ ଜଣାପଡିଯିବ। ତା ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ ଦୋଷ କରିଛି ତାହାକୁ ଚିହ୍ନଟ ସରିଲାଣି। ଏତେ ସବୁ ଭିତରେ ପୁଣି ତଦନ୍ତରେ ଏପରି ଶିଥିଳତାକୁ ନେଇ ଚାରିଆଡେ ସନ୍ଦେହ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button