ଉଚ୍ଚ ଶିକ୍ଷା ବିଭାଗରେ ଯୋଗ ଦେଲେ ନୂଆ ମନ୍ତ୍ରୀ, ନୂଆ ସଚିବ

ଭୁବନେଶ୍ବର: ଆଜି ଉଚ୍ଚ ଶିକ୍ଷା ବିଭାଗରେ ନୂଆ ମନ୍ତ୍ରୀ ଓ ନୂଆ ସଚିବ ଯୋଗ ଦେଇଛନ୍ତି। ସେମାନେ ହେଲେ ନୂଆ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ସଚିବ ଅରବିନ୍ଦ ଅଗ୍ରୱାଲ। ଅତନୁଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ଖାଦ୍ୟ ଓ ଯୋଗାଣ ସହିତ ସମବାୟ ମନ୍ତ୍ରୀ ଅଛନ୍ତି। ନିକଟରେ ନବୀନ ହଠାତ ରୋହିତ ପୂଜାରୀଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପଦରୁ ବହିସ୍କାର କରିଦେଲେ। ଏ ନେଇ ପୂର୍ବରୁ କୌଣସି ସୂଚନା ନ ଥିଲେ ମଧ୍ୟ ତାଙ୍କୁ ବହିସ୍କାର କରିବା ନେଇ ରାଜ୍ୟପାଳଙ୍କୁ ଚିଠି କଲେ। ପରେ ସେହି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ବଦଳି କରିଦେଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Related Articles

Leave a Reply

Your email address will not be published.

Back to top button