ଗୁଳୁଗୁଳିରେ ସଢୁଛି ଉପକୂଳ ଓଡିଶା

ଭୁବନେଶ୍ବର: ଆଜି ମଧ୍ୟ ଉପକୂଳ ଓଡିଶାରେ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି। ହେଲେ ଖରା ନ ଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ କୁଆଡେ ଯାଇ ହେଉ ନାହିଁ। ଗତକାଲି ମଧ୍ୟ ଏହିପରି ଗୁଳୁଗୁଳି ଲାଗି ରହିଥିଲା। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ଆଂଶିକ ମେଘାଚ୍ଛନ୍ନ ସହ ତାପମାତ୍ରା ସାମାନ୍ୟ କମ ରହୁଥିଲେ ବି ଉଚ୍ଚ ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ସକାଳ ୮ ଟା ୩୦ ସୁଦ୍ଧା ପୁରୀରେ ୮୬%, ଭୁବନେଶ୍ୱରରେ ୭୯%, କଟକରେ ୭୬%, ଗୋପାଳପୁରରେ ୭୫%, ବାଲେଶ୍ୱର ଓ ଚାନ୍ଦବାଲିରେ ୬୫%, ପାରାଦୀପରେ ୬୩% ଆଦ୍ରତା ରେକର୍ଡ କରାଯାଇଛି। ଗତକିଛି ଦିନ ଧରି ରାଜ୍ୟର ତାପମାତ୍ରା ବୃଦ୍ଧି ଘଟିବା ସହିତ ପ୍ରବଳ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହୋଇପଡିଲେଣି। ସକାଳୁ ଆଉ କେହି ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁ ନାହିଁନ୍ତି। ଆଜି ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଦିନ ୧୧ଟା ବେଳକୁ ରାଜ୍ୟର ତାପମାତ୍ରା ୪୨ ଡିଗ୍ରୀ ଟପିସାରିଲାଣି। ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା ସମ୍ବଲପୁର: ୪୨.୨ ଡିଗ୍ରୀ,  ଝାରସୁଗୁଡା: ୪୧.୬ ଡିଗ୍ରୀ, ହୀରାକୁଦ: ୪୧ ଡିଗ୍ରୀ,  କେନ୍ଦୁଝର: ୩୮.୨ ଡ୍ଗିରୀ, ଭୁବନେଶ୍ୱର: ୩୭.୨ ଡ୍ଗିରୀ,  ଗୋପାଳପୁର: ୩୫.୬ ଡିଗ୍ରୀ, ବାଲେଶ୍ୱର: ୩୪.୮ ଡିଗ୍ରୀ,  ପୁରୀ: ୩୪.୪ ଡିଗ୍ରୀ, ଚାନ୍ଦବାଲି: ୩୩.୨ ଡିଗ୍ରୀ, ପାରାଦୀପ: ୩୧.୮ ଡିଗ୍ରୀ ରହିଛି।

Related Articles

Leave a Reply

Your email address will not be published.

Back to top button