୧୯ ପରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ଵର: ଦେଶରେ ପ୍ରଚଣ୍ଡ ଗରମ ମଧ୍ୟରେ ଏକ ବଡ ଖବର ହସ୍ତଗତ ହୋଇଛି। ମୌସୁମୀ ପାଇଁ ପାଗ ଅନୁକୂଳ ହୋଇଛି। କେରଳ ଉପକୂଳରେ ମେଘ ସମୂହର ଘନତ୍ୱ ବୃଦ୍ଧି, ପଶ୍ଚିମ ବାୟୁର ସକ୍ରିୟତା ତଥା ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପ୍ତି ଏହା ସୂଚାଉଛି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ଅନୁମାନ କାରାଯାଉଛି। ଚଳିତ ବର୍ଷ ବିଳମ୍ବରେ ମୌସୁମୀ ବାୟୁ ଆସୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏହା ଭିତରେ ମୌସୁମୀ ବାୟୁର ଖବର ଶୁଣି ଲୋକେ ଆଶ୍ଵସ୍ତି ପାଉଛନ୍ତି। ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ଏଥର ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଏବେ ଏହା ଭୀଷଣ ବାତ୍ୟାର ରୂପ ଉତ୍ତର ଦିଗରେ ନିଜର ଗତିପଥ ବଜାୟ ରଖିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଯାହାଫଳରେ ଏହା କେରଳ ଉପକୂଳରେ ମେଘ ସଂଗଠିତ ହେବାରେ ବାଧକ ସାଜିଛି। ଫଳରେ ମୌସୁମୀ କେରଳ ଆସିବାକୁ ଆହୁରି ୩ ଦିନ ବିଳମ୍ବ ହୋଇପାରେ। ତେବେ ୯ ତାରିଖ ପୂର୍ବରୁ ମୌସୁମୀ କେରଳ ଛୁଇଁନପାରେ। ସେହିଭଳି ଓଡ଼ିଶାକୁ ୧୯ ତାରିଖ ପରେ ମୌସୁମୀ ଆସିବା ସମ୍ଭାବନା ରହିଛି। ବିଳମ୍ବରେ ମୌସୁମୀ ଆସୁଥିବାରୁ ନିଅଣ୍ଟିଆ ବର୍ଷା ହୋଇପାରେ। ରାଜ୍ୟରେ ଏବେ ତାତି ଜାରି ରହିଥିବା ବେଳେ ଆଗକୁ ତାତି ଆହୁରି ବଢିବା ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published.

Back to top button