ବାହାନଗା ଟ୍ରେନ ଦୁର୍ଘଟଣା: ମଙ୍ଗଳବାର, ବୁଧବାର ପାଇଁ ୭୪ଟି ଟ୍ରେନ ବାତିଲ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲେ ମଧ୍ୟ ମଙ୍ଗଳବାର ଏବଂ ବୁଧବାର ପାଇଁ ୭୪ଟି ଟ୍ରେନ ବାତିଲ କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ହାୱ ଫଲକନାମା, ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ, ହାୱଡା ଜନଶତାବ୍ଦୀ, ଶାଲିମାର-ଚେନ୍ନାଇ କରମଣ୍ଡଳ ଓ ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ବାତିଲ କରାଯାଇଛି। ସେହିପରି ବୁଧବାର ପାଇଁ ପୁରୀ-ଆନନ୍ଦବିହାର, ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ, ଭୁବନେଶ୍ୱର-ହାୱଡା ଜନଶତାଦ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ, ପାଟନା-ପୁରୀ ଓ ସିଆଲ ଦା-ପୁରୀ ଦୂରନ୍ତ ଏକ୍ସପ୍ରେସ ବାତିଲ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button