ନିର୍ବାଚନ ପ୍ରସ୍ତୁତି: ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଗୁଆ ସାଧାରଣ ନିର୍ବାଚନ ନେଇ ଚର୍ଚ୍ଚା ଜୋର୍ଧରିଲାଣିଅନ୍ୟପକ୍ଷରେ ନିର୍ବାଚନ ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କଲେଣିଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର (ଏସ୍ଏଲ୍ଏମଟି) ମାନଙ୍କର ଟ୍ରେନିଂ କାର୍ଯ୍ୟ ଆରମ୍ଭ ହେଲାଣିଜୁନ୍୫ରୁ ୯ ତାରିଖ ଯାଏ ଏହି ପ୍ରଶିକ୍ଷଣ କାର୍ଯ୍ୟ ଜାରି ରହିବପ୍ରଥମ ପର୍ଯ୍ୟାୟରେ ୯୮ ଜଣ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ଅନ୍ଲାଇନରେ ପ୍ରଶିକ୍ଷଣ ଦେବା ଆରମ୍ଭ କରାଯାଇଛିଏହି ପ୍ରଶିକ୍ଷଣ ଯୋଗ୍ୟ ଏବଂ ଅଯୋଗ୍ୟ, ଜିଲା ନିର୍ବାଚନ ପରିଚାଳନା, ଗଣମାଧ୍ୟମ ଅଭିଯୋଗ, ଇଭିଏମଭିଭିପାର୍ଟ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯିବଏହାଛଡ଼ା ୩ ବର୍ଷରୁ ଊର୍ଦ୍ଧ୍ୱ ଗୋଟିଏ ଜାଗାରେ ରହିଥିବା ଅଧିକାରୀମାନଙ୍କୁ ମଧ୍ୟ ବଦଳି ଓ ନିଯୁକ୍ତି କରିବା ନେଇ ଭାରତର ନିର୍ବାଚନ କମିଶନ ଗାଇଡଲାଇନ ଜାରି କରିଛନ୍ତିଏହି ଗାଇଡଲାଇନ ଆଧାରରେ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ମାନବ ସମ୍ବଳ ଯୋଗାଇଦେବା ସକାଶେ ବଦଳି ଓ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛିକେବଳ ନିର୍ବାଚନ ଦାୟିତ୍ୱରେ ରହିବାକୁ ଥିବା ଜିଲା ନିର୍ବାଚନ ଅଧିକାରୀ, ରିଟର୍ନିଂ ଅଫିସର, କିମ୍ବା ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ନୁହନ୍ତି, ଆଡିଶନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ ସବ୍କଲେକ୍ଟର, ତହସିଲଦାର, ବିଡିଓ, ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ମଧ୍ୟ ବଦଳି ଓ ନିଯୁକ୍ତି କରିବାକୁ କୁହାଯାଇଛିସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେନିର୍ବାଚନ କମିଶନ ଯେତେବେଳେ ଘୋଷଣା କରିବେ ସେତେବେଳେ ନିର୍ବାଚନ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିବା ବେଳେ କଂଗ୍ରେସ ଓ ଭାଜପା ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଦଳୀୟ ନେତାମାନେ କହିଛନ୍ତି

Related Articles

Leave a Reply

Your email address will not be published.

Back to top button