ଶବ ଚିହ୍ନିବା କଷ୍ଟକର, ୱେବସାଇଟରେ ଜାରି ହେଲା ଫଟୋ

ଭୁବନେଶ୍ବର: ଟ୍ରେନ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଚିହ୍ନିବା ସରକାରଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇପଡିଛି। ବର୍ତ୍ତମାନ ଶବଗୁଡିକ ବାହାରେ ଥିବା ତାଙ୍କ ସଂପର୍କୀୟମାନେ ଚିହ୍ନଟ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି।  ଏହି ଶବଗୁଡିକର ଅବସ୍ଥା ଭଲ ନ ଥିବାରୁ ତାହା ସାଧାରଣରେ ପ୍ରକାଶ କରାଯାଇପାରୁ ନାହିଁ। ସେଥିପାଇଁ ଦୁଇଟି ୱେବସାଇଟରେ ମୃତ ଲୋକଙ୍କ ଫଟୋ ଛଡା ଯାଇଛି। ସେହି ୱେବ ସାଇଟି ହେଲା osdma.org , srcodisha.nic.in , bmc.gov.in । ଯେଉଁମାନଙ୍କର ସଂପର୍କୀୟ ଏହି ଟ୍ରେନରେ ଯାତ୍ରା କରୁଥିଲେ ସେମାନେ କେବଳ ଦେଖିବା ପାଇଁ ଅନୁରୋଧ କରାଯାଇଛି। କାରଣ ଏହି ଫଟୋଗୁଡିକ ସାଧାରଣରେ ପ୍ରକାଶ କରିବା ସମ୍ଭବ ନୁହେଁ। ସେଥିପାଇଁ ଏହି ୱେବସାଇଟରେ ବିଶେଷ ସତର୍କତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। ଯେଉଁମାନେ ଶବ ଚିହ୍ନଟ ପାଇଁ ଆସିବେ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ବିମାନ ବନ୍ଦର, ରେଲ ଷ୍ଟେସନ ଏବଂ ବସଷ୍ଟାଣ୍ଡରେ ହେଲପ ଡେସ୍କ ଖୋଲାଯାଇଛି। ସେମାନେ ସଂପର୍କୀୟଙ୍କୁ ସେଠାରୁ ଗାଡିରେ ଆଣି ଶବ ଚିହ୍ନଟ ସ୍ଥାନକୁ ନେବେ। ଚିହ୍ନଟ ହେବା ପରେ ତାହାକୁ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ବ୍ୟବସ୍ଥା କରାଯିବ।

Related Articles

Leave a Reply

Your email address will not be published.

Back to top button