ଅସମ୍ଭାଳ ତାତିରୁ ଆହୁରି ୮ ଦିନତାତି ନିସ୍ତାର ନାହିଁ

ଭୁବନେଶ୍ୱର: ସକାଳ ହେବା ମାତ୍ରେ ମାଡ଼ିଆସୁଛି ପ୍ରଚଣ୍ଡ ଗ୍ରୀଷ୍ମ ଦିନ ବଢ଼ିବା ସାଙ୍ଗକୁ ତାତି ଅସହ୍ୟ ହେଉଛିସକାଳ ୮ଟାରୁ ପାରଦ ୩୩ ଡିଗ୍ରୀ ଟପିଯାଉଛିମଧ୍ୟାହ୍ନକୁ ୪୦ ଡିଗ୍ରୀ ପାରହୋଇ ଯାଉଛିଗରମ ସାଙ୍ଗକୁ ଗୁଳୁଗୁଳି ଅଣନିଃଶ୍ୱାସୀ କରିଦେଉଛିଶୁକ୍ରବାର ତାତି ଆହୁରି ଅସହ୍ୟ ହୋଇଛିରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସକୁ ଟପି ଯାଇଛି୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ୫ଟି ସ୍ଥାନରେ ୪୩ ଡିଗ୍ରୀ ଉପରେ ରହିଛିଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁର ୪୪, ବୌଦ୍ଧ ୪୪, ଝାରସୁଗୁଡ଼ା ୪୩., ହୀରାକୁଦ ୪୩., ବଲାଙ୍ଗୀର ୪୩., ରାଉରକେଲା ୪୩., ସୁନ୍ଦରଗଡ଼ ୪୩, ଭବାନୀପାଟଣା ୪୨., ଫୁଲବାଣୀ ୪୨., ଟିଟିଲାଗଡ଼ ୪୨., ଅନୁଗୋଳ ୪୨., ବରଗଡ଼ ୪୨, ଭବାନୀପାଟଣା ୪୧., ମାଲକାନଗିରି ୪୧., ନୂଆପଡ଼ା ୪୧., ତାଳଚେର ୪୧., ଚାନ୍ଦବାଲି ୪୦., ବାରିପଦା ୪୦., କଟକ ୪୦.୧ ଏବଂ ଭଦ୍ରକରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ଏଭଳି ଉତ୍ତପ୍ତ ପରିବେଶ ଆହୁରି ୮ ଦିନ ଯାଏ ବଳବତ୍ତର ରହିବ୬ରୁ ୧୦ ତାରିଖରେ ଅସହ୍ୟ ଗରମ ହେବଏ ନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛିଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ ଏବଂ ଢେଙ୍କାନାଳ ଜିଲାରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି

Related Articles

Leave a Reply

Your email address will not be published.

Back to top button