ଓଡ଼ିଆ ପୁଅ ହେଲେ ବିଶ୍ବ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ

ଭୁବନେଶ୍ବର: ଆଉ ଜଣେ ଓଡିଆ ପୁଅ ଦେଶରେ ନୁହେଁ ସାରା ବିଶ୍ବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ ହେଉଛନ୍ତି ପାଣିପାଗ ବିଶେଷଜ୍ଞ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ମୃତ୍ୟୁଞ୍ଜୟ ବିଶ୍ବ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ବିଶ୍ବ ପାଣିପାଗ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ଗତକାଲି ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୃତ୍ୟୁଞ୍ଜୟ ୧୪୮ରୁ ୧୧୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ପଦବୀରେ ତିନି ଜଣଙ୍କୁ ନିର୍ବାଚିତ କରାଯାଇଛି। ସେମାନଙ୍କ ମଧ୍ୟରୁ ମୃତ୍ୟୁଞ୍ଜୟ ଜଣେ ଉପାଧ୍ୟକ୍ଷ। ସେ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି। ଓଡିଆ ପୁଅର ଏପରି କୃତିତ୍ବ ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୃତ୍ୟୁଞ୍ଜୟଙ୍କ ପାଣିପାଗ ଉପରେ ବହୁ ଅଭିଜ୍ଞତା ରହିଛି। ତାହାକୁ ପାଥେୟ କରି ସେ ନିଶ୍ଚିତ ବିଶ୍ବରେ ନାଁ କରିବା ସହିତ ଓଡିଶା ପାଇଁ ଗର୍ବ ଆଣିବେ। ତାଙ୍କର ଭବିଷ୍ୟତ ସଫଳତା କାମନା କରୁଛି ବୋଲି ନବୀନ ଉଲ୍ଲେଖ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button