ଆଜି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଅଜୟ ବଙ୍ଗା

ନୂଆଦିଲ୍ଲୀ: ମାଷ୍ଟରକାର୍ଡର ପୂର୍ବତନ ସିଇଓ ଅଜୟ ବଙ୍ଗା ଆଜି ବିଶ୍ୱ ବ୍ୟାଙ୍କର ସଭାପତି ଭାବେ ଦାୟିତ୍ଵ ନେବେ। ମେ ୩ ତାରିଖରେ ବିଶ୍ୱ ବ୍ୟାଙ୍କର ୨୫ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡ ଅଜୟ ବଙ୍ଗାଙ୍କୁ ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ସଭାପତି ଭାବରେ ମନୋନୀତ କରିଥିଲେ। ଅଜୟ ବଙ୍ଗା ଭାରତୀୟ-ଆମେରିକୀୟ ଏବଂ ଆମେରିକୀୟ ଶିଖ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବରେ ବିଶ୍ୱ ବ୍ୟାଙ୍କର ମୁଖ୍ୟ ହୋଇଛନ୍ତି। ଅଜୟ ବଙ୍ଗା ଡେଭିଡ ମାଲପାସଙ୍କ ସ୍ଥାନ ନେବେ। ଫେବୃଆରୀ ଶେଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ଵାରା ଶ୍ରୀଯୁକ୍ତ ବଙ୍ଗା (୬୩) ମନୋନୀତ ହୋଇଥିଲେ। ଜୋ ବାଇଡେନ କହିଥିଲେ ଯେ, ଏହି ବିଶ୍ୱସ୍ତରୀୟ ସଂଗଠନର ନେତୃତ୍ୱ ନେବା ପାଇଁ ଅଜୟ ବଙ୍ଗା ସବୁଠାରୁ ଉପଯୁକ୍ତ ବ୍ୟକ୍ତି।

Related Articles

Leave a Reply

Your email address will not be published.

Back to top button