ଟେନ୍‌ସନ୍‌ରୁ ଦୂରେଇ ରହିବାର ସହଜ ଉପାୟ

ବର୍ତ୍ତମାନର ବ୍ୟସ୍ତମୟ ଜୀବନରେ ଟେନସନ୍‌ର ବଶବର୍ତ୍ତୀ ହେବା କିଛି ନୂଆ କଥା ନୁହେଁ। ତେବେ ଏହାକୁ ନେଇ ଅଧିକ ଚିନ୍ତା କରିବା ପରିବର୍ତ୍ତେ ସେଥିରୁ କିପରି ରକ୍ଷା ପାଇବେ ସେ ନେଇ ଧ୍ୟାନ ଦେବା ଦରକାର। ଏଭଳି କେତୋଟି ସରଳ ତଥା ସହଜ ଉପାୟ ରହିଛି ଯାହା ଆପଣଙ୍କୁ ଟେନ୍‌ସନ୍‌ଠାରୁ ଦୂରେଇ ରଖିବାରେ ଅନେକାଂଶରେ ସହାୟକ ହୋଇପାରିବ। ପ୍ରଥମେ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ। ଏହାଦ୍ୱାରା ଟେନସନ୍‌ରୁ କେତେକାଂଶରେ ଉପଶମ ମିଳିଥାଏ। ଆଉ ଏକ କଥା ହେଲା, ଯୋଗ ଆଉ ପ୍ରାଣାୟାମ। ପ୍ରତିିଦିନ ଏଗୁଡିକୁ କରିବା ଦ୍ୱାରା ମନ ଶାନ୍ତ ରହିଥାଏ ଏବଂ ଟେନସନଗ୍ରସ୍ତ ହେବାର ଆଶଙ୍କା କମ୍‌ ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣ କାହିଁକି ଟେନସନ୍‌ର ବଶବର୍ତ୍ତୀ ହେଉଛନ୍ତି ତାହାର କାରଣ ଖୋଜନ୍ତୁ। ତା’ସହ ସେହି କାରଣଗୁଡିକୁ ଯଥାସମ୍ଭବ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ସବୁବେଳେ ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ। ନିଜେ ତୁଲାଇ ପାରୁଥିବା କାମ ହିଁ କରନ୍ତୁ। ଯଦି ଆପଣ ଅଧିକାଂଶ ସମୟ ଟେନସନ୍‌ରେ ରହୁଛନ୍ତି ତେବେ କିଛି ସମୟ ନିଜକୁ ଶାନ୍ତ ପରିବେଶ ମଧ୍ୟରେ ରଖନ୍ତୁ। ଯଦି ଟେନସନ୍‌ ଲାଗି ରହୁଛି ତେବେ ଅଭିଜ୍ଞ ମାନସିକ ରୋଗ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ।

Related Articles

Leave a Reply

Your email address will not be published.

Back to top button