ବର୍ଷକୁ ଗୋଟିଏ ଫିଲ୍ମ କରିବେ ଅନୁଷ୍କା

ମୁମ୍ବାଇ: ଦୀର୍ଘ ସମୟ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି ବଲିଉଡ ବିୟୁଟି ଅନୁଷ୍କା ଶର୍ମାଅନୁଷ୍କା ଶେଷଥର ପାଇଁ ଫିଲ୍ମ ଜିରୋରେ ଶାହାରୁଖ ଖାଁଙ୍କ ସହ ୨୦୧୮ରେ ନଜର ଆସିଥିବା ବେଳେ ଏହାପରେ ୨୦୨୨ରେ ଫିଲ୍ମ କଲାରେ ଏକ କେମିୟୋ ରୋଲରେ ନଜର ଆସିଥିଲେଏବେ ପ୍ରାୟ ୪ ବର୍ଷ ପରେ ଅନୁଷ୍କା ଶର୍ମା ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ବାୟୋପିକ ମୁଭି ଚକଦା ଏକ୍ସପ୍ରେସସହ ପୁଣିଥରେ ବଡ ପରଦାକୁ ଫେରୁଛନ୍ତିଏହି ଫିଲ୍ମ ଚଳିତ ବର୍ଷ ଶେଷ ବେଳକୁ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛିଏହାରି ଭିତରେ ଅଭିନେତ୍ରୀ ଏକ ବଡ ଘୋଷଣା କରିଛନ୍ତି, ଯାହାକୁ ଶୁଣିବା ପରେ ତାଙ୍କ ପ୍ରଶଂସକ ସାମାନ୍ୟ ନିରାଶ ହୋଇଯାଇଛନ୍ତି ଅନୁଷ୍କା କହିଛନ୍ତି ଯେ ବର୍ତ୍ତମାନ ସେ ଗୋଟିଏ ବର୍ଷରେ କେବଳ ଗୋଟିଏ ଫିଲ୍ମ କରିବେକାରଣ ଏହି ସମୟରେ ସେ ନିଜ ପରିବାର ଉପରେ ବିଶେଷ କରି ତାଙ୍କ ଝିଅ ଭାମିକା ଉପରେ ଧ୍ୟାନ ରଖିବାକୁ ଚାହୁଁଛନ୍ତି ବେଙ୍ଗାଲୁରୁରେ ଏକ ଇଭେଣ୍ଟରେ ଯୋଗ ଦେଇ ଅନୁଷ୍କା କହିଛନ୍ତି, ମୁଁ ଜାଣେ ମୋ ଝିଅ ଏବେ ସେହି ବୟସରେ ଅଛି ଯେ ତାପାଇଁ ମୋତେ ବହୁତ ସମୟ ଦେବାକୁ ପଡିବବିରାଟ ଜଣେ ଭଲ ପିତାକିନ୍ତୁ ସେ (ଭାମିକା) ସେହି ବୟସରେ ଅଛି ଯେଉଁଠାରେ ମୁଁ ତାକୁ ଅଧିକ ସମୟ ଦେବା ଆବଶ୍ୟକ ଅଭିନେତ୍ରୀ କହିଛନ୍ତି, ମୁଁ ଅଭିନୟକୁ ଉପଭୋଗ କରେ କିନ୍ତୁ ମୁଁ ବହ ଅଧିକ ଫିଲ୍ମ କରିବାକୁ ଚାହେଁ ନାହିଁ ବର୍ତ୍ତମାନ ମୁଁ ବର୍ଷକୁ ଗୋଟିଏ ଚଳଚ୍ଚିତ୍ର କରିବାକୁ ଚାହୁଁଛି ଏବଂ ଅଭିନୟର ପର୍ଯ୍ୟାୟକୁ ଉପଭୋଗ କରିବାକୁ ଚାହୁଁଛିଏହାସହ ଜୀବନକୁ ବାଲାନ୍ସ କରି ପରିବାରକୁ ସମୟ ଦେବାକୁ ଚାହୁଁଛି ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋ ଜୀବନକୁ ଯେମିତି ଭାବେ କାଟୁଛି, ସେଥିରେ ମୁଁ ଖୁସି ଅଛିମୁଁ କାହାକୁ କିଛି ପ୍ରମାଣ କରିବାକୁ ଚାହେଁ ନାହିଁ, ସେ ଅଭିନେତ୍ରୀ, ଜନପ୍ରତିନିଧି କିମ୍ବା ମାତା ହୁଅନ୍ତୁ କିମ୍ବା ପତ୍ନୀ ହୁଅନ୍ତୁଅନୁଷ୍କା ଆହୁରି କହିଛନ୍ତି ଯେ ସେ କେବଳ ଏପରି କାମ କରିବାକୁ ଚାହାଁନ୍ତି, ଯାହା ତାଙ୍କୁ ଖୁସି ଦେବ ଏବଂ ସେ ଏହାକୁ ଠିକ ବୋଲି ଭାବିବେ

Related Articles

Leave a Reply

Your email address will not be published.

Back to top button