ଆସାମକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବା ପରେ ସୋମବାର ଉତ୍ତର-ପୂର୍ବ ଆସାମ ରାଜ୍ୟ ଏହାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ବନ୍ଦେ ଭାରତ ଏକ୍ସପ୍ରେସ ପଶ୍ଚିମବଙ୍ଗର ନୂତନ ଜାଲପାଇଗୁଡି ଷ୍ଟେଶନ ଏବଂ ଆସାମର ଗୁଆହାଟି ମଧ୍ୟରେ ଚାଲିବ। ପ୍ରଧାନମନ୍ତ୍ରୀ କହିଛନ୍ତି , ଆସାମ ସମେତ ସମଗ୍ର ଉତ୍ତର ପୂର୍ବର ରେଳ ସଂଯୋଗ ପାଇଁ ଆଜି ଏକ ବଡ଼ ଦିନ। ବନ୍ଦେ ଭାରତ ଏକ୍ସପ୍ରେସ ଏଠାରେ ରହୁଥିବା ଲୋକଙ୍କ ଜୀବନକୁ ସହଜ କରିବ ଏବଂ ଏହା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ବୃଦ୍ଧି କରିବ।