ନୂଆ ସଂସଦରେ ସ୍ଥାନ ପାଇଛି ‘କୋଣାର୍କ ଚକ୍ର’

ନୂଆଦିଲ୍ଲୀ : ନୂଆ ସଂସଦରେ ତିନୋଟି ମୁଖ୍ୟଦ୍ବାର ରହିଛି। ସେସବୁ ହେଉଛି; ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ସୂର୍ୟ୍ୟମନ୍ଦିରର ଚକ୍ର ଶୋଭା ପାଉଛି। ଏହାର ବାମକାନ୍ଥରେ ସର୍ଦ୍ଦାର ବଲ୍ଲଭାଇ ପ‌ଟେଲ ଓ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରହିଛି। ସେହିଭଳି, ଜ୍ଞାନଦ୍ବାରର ଡାହାଣ କାନ୍ଥରେ ଯାଜ୍ଞବଳ୍‌କ୍ୟ ସମ୍ବାଦ ଓ ନାଳନ୍ଦାର ପ୍ରତିମୂର୍ତ୍ତି ଲାଗିଥିବା ବେଳେ ଶକ୍ତିଦ୍ବାରର ଡାହାଣ କାନ୍ଥରେ ଚାଣକ୍ୟ ଓ ବାମକାନ୍ଥରେ ମହାତ୍ମା ଗାନ୍ଧୀ-ଲବଣ ସତ୍ୟାଗ୍ରହର ପ୍ରତିମୂର୍ତ୍ତି ରହିଛି। ସୂଚନା ଅନୁସାରେ, ପାଞ୍ଚମାସ ତଳୁ କୋଣାର୍କ ସୂର୍ୟ୍ୟମନ୍ଦିରର ଚକ୍ର ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରାୟ ୩୦ରୁ ଊର୍ଦ୍ଧ୍ବ କାରିଗର ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସମ୍ପୂର୍ଣ୍ଣ ଭାବେ ପିତ୍ତଳରେ ନିର୍ମାଣ କରାଯାଇଥିବା କୋଣାର୍କଚକ୍ରର ଓଜନ ରହିଛି ୩ ହଜାର କିଲୋଗ୍ରାମ। ଆଜି ଉଦ୍‌ଘାଟନ ସମୟରେ ଓଡ଼ିଶାର ସାଂସଦମ‌ାନେ ନୂଆ ସଂସଦ ଭବନରେ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ୍ରର ପ୍ରଦର୍ଶନକୁ ଉଚ୍ଚପ୍ରଶଂସା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button