ମାତ୍ରାଧିକ ଖଣି ଉତ୍ତୋଳନ : ୬ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର: ରଣପୁର ତହସିଲ ମୟୁରଝଲିଆ ଗାଁ ନିକଟ ମାଙ୍କଡା ଖଣିରେ ବେଆଇନ ଖନନ ମାମଲା । ୬ ଅଧିକାରୀଙ୍କ ନିଲମ୍ବନ କଲେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ । ନିଳମ୍ବିତ ଅଧିକାରୀଙ୍କ ମଧ୍ୟରେ ୨ଜଣ ଆର୍‌ ଆଇ, ୨ଜଣ ସେକ୍ସନ ଅଫିସର ଏବଂ ଜଣେ ସୁପର ଭାଇଜର, ଜଣେ କନିଷ୍ଠ ରାଜସ୍ୱ ସହାୟକ ଅଛନ୍ତି । ଖଣ୍ଡପଡ଼ା ତହସିଲରେ କାର୍ୟ୍ୟରତ ସେକ୍‌ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ୟ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠି, ରଣପୁର ତହସିଲର ରାଜସ୍ୱ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ରଣପୁର ତହସିଲର ଚନ୍ଦ୍ରଶେଖର ନନ୍ଦଙ୍କୁ ଆଜି ଜିଲ୍ଲାପାଳ ସସ୍‌ପେଣ୍ଡ କରିଛନ୍ତି। ବେଆଇନ ଖଣି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାତ୍ରାଧିକ ଖଣି ଉତ୍ତୋଳନ ନେଇ ଏନଜିଟିରେ ମାମଲା ହୋଇଥିଲା ।  ପରେ ଏନଜିଟି ନିଦେ୍ର୍ଧଶରେ ରଣପୁର ଥାନାରେ ମୋଟ ୧୧ଜଣଙ୍କ ନାମରେ ମାମଲା ହୋଇଥିଲା । ସମ୍ପୃକ୍ତ ୧୧ ଜଣଙ୍କ ମଧ୍ୟରେ ୨ ଜଣ ଲିଜଧାରୀ ଥିବାବେଳେ ୯ଜଣ ସରକାରୀ ଅଧିକାରୀ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button