ପ୍ରେମ ବିବାହରେ ହେଉଛି ସବୁଠାରୁ ଅଧିକ ଛାଡପତ୍ର

ନୂଆଦିଲ୍ଲୀ: ପ୍ରେମ ବିବାହରେ ହେଉଛି ସବୁଠାରୁ ଅଧିକ ଛାଡପତ୍ର। ବୁଧବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଛାଡପତ୍ରର ଅଧିକାଂଶ ମାମଲା କେବଳ ପ୍ରେମ ବିବାହ ପରେ ଆସୁଛି। ଏହି ମାମଲାରେ ମଧ୍ୟସ୍ଥତା କରି ସମାଧାନ କରିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆପୋଷ ବୁଝାମଣାରେ କୌଣସି ନିଷ୍କର୍ସ ବାହାରୁ ନ ଥିଲେ ସର୍ବୋଚ୍ଚ ନ୍ୟାୟାଳୟ ଛାଡପତ୍ର ଗ୍ରହଣ କରିବା ଏକ ଅଧିକାରର ବିଷୟ ନୁହେଁ। ଏହାକୁ ବୁଝି ବିଚାରି  ନିଷ୍ପତ୍ତି ନେବା ଉଚିତ। ଜଷ୍ଟିସ ଏସ.କୌଲଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ବିବାହ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ, ଭାବନାତ୍ମକ ରୂପରେ ମିଶିବା ପାଇଁ ଆଗ୍ରହ ନ ଥିଲେ ଏଭଳି ସ୍ଥିତିରେ ଛାଡପତ୍ର ନେଇ ପାରିବେ।

Related Articles

Leave a Reply

Your email address will not be published.

Back to top button