ମସ୍ତିଷ୍କର କ୍ଷତି ପହଞ୍ଚାଏ ଧୂମପାନ

ଧୂମପାନ ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହା କର୍କଟ, ହୃଦଘାତ ଏବଂ ଷ୍ଟ୍ରୋକ୍ ସହିତ ଅନେକ ଗମ୍ଭୀର ରୋଗର ଆଶଙ୍କା ସୃଷ୍ଟି କରିପାରେ। ଏହାର ବିପଦ ବିଷୟରେ ଅବଗତ ଥିଲେ ମଧ୍ୟ କିଛି ଲୋକ ଧୂମପାନ କରିବାର ଅଭ୍ୟାସ ତ୍ୟାଗ କରିବାରେ ଅସମର୍ଥ। ଉଲ୍ଲେଖଥାଉ କି, ସମସ୍ତେ ଧୂମପାନକୁ ଫୁସଫୁସ ରୋଗ ସହିତ ଜଡିତ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ଅଭ୍ୟାସ ଆପଣଙ୍କ ମସ୍ତିଷ୍କକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ? ବାସ୍ତବରେ ଆମେ ଏହା କହୁ ନାହୁଁ, ବରଂ ଏହି ପ୍ରକାଶ ଏକ ଅଧ୍ୟୟନରେ କରାଯାଇଛି। ଅଧ୍ୟୟନରେ କୁହାଯାଇଛି ଯେ, ପ୍ରତିଦିନ ଧୂମପାନ କଲେ ମସ୍ତିଷ୍କର ଆକାର ମଧ୍ୟ ହ୍ରାସ ହୋଇପାରେ।

ଅନୁସନ୍ଧାନ ଅନୁଯାୟୀ, ଯେଉଁମାନେ ପ୍ରତିଦିନ ଧୂମପାନ କରନ୍ତି, ସେମାନଙ୍କ ମସ୍ତିଷ୍କ ଧୂମପାନ ନ କରୁଥିବା ଲୋକଙ୍କ ତୁଳନାରେ ୦.୪ ଘନ ଇଞ୍ଚ ଛୋଟ ହୋଇଯାଏ। ଏହି ଅନୁସନ୍ଧାନ ପାଇଁ ବୈଜ୍ଞାନିକ ୟୁକେ ବାୟୋବ୍ୟାର ଲୋକଙ୍କ ମସ୍ତିଷ୍କ ସ୍କାନ କରିଥିଲେ। ଏହା ସହିତ ଧୂମପାନ ଅଭ୍ୟାସକୁ ମଧ୍ୟ ବିଶ୍ଳେଷଣ କରାଯାଇଥିଲା। ଏହି ଗବେଷଣାରେ ଅଂଶଗ୍ରହଣ କରୁଥିବା ଲୋକମାନେ ୨୦୦୬-୨୦୧୦ ଏବଂ ୨୦୧୨-୨୦୧୩ ରୁ ସର୍ଭେ ଶେଷ କରିଥିଲେ। ଏହାର ଦ୍ୱିତୀୟ ପର୍ଯ୍ୟାୟରେ, ତାଙ୍କର ଏମଆରଆଇ ମଧ୍ୟ କରାଯାଇଥିଲା, ଯେଉଁଥିରେ ଜଣାପଡିଛି ଯେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଯେଉଁମାନେ ଧୂମପାନରୁ ଦୂରେଇ ରୁହନ୍ତି ସେମାନଙ୍କ ମସ୍ତିଷ୍କ ବଡ ଥାଏ।

ଅନୁସନ୍ଧାନରେ, ବାରମ୍ବାର ଧୂମପାନ କରିବା ଦ୍ୱାରା ମସ୍ତିଷ୍କର ସଙ୍କୋଚନ ପ୍ରଭାବ ଦେଖାଯାଇଛି। ତଥାପି, ଯେଉଁମାନେ ଏହି ଅଭ୍ୟାସ ତ୍ୟାଗ କରିଛନ୍ତି ସେମାନଙ୍କ ମସ୍ତିଷ୍କରେ ହ୍ରାସ ଘଟିଛି।

ଧୂମପାନ କିପରି ଛାଡିବେ?:

୧. ନିକୋଟିନ୍ ପ୍ୟାଚ୍ ବ୍ୟବହାର କରନ୍ତୁ।
୨. ଛାଡିବା କାରଣଗୁଡିକର ଏକ ତାଲିକା ପ୍ରସ୍ତୁତ କରନ୍ତୁ।
୩. ବ୍ୟାୟାମ
୪. ନିଜକୁ ଯଥାସମ୍ଭବ ବ୍ୟସ୍ତ ରଖନ୍ତୁ।

Related Articles

Leave a Reply

Your email address will not be published.

Back to top button