ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତିରି କଥା କହିଲେ ୫ଟି ସଚିବ ଭି କେ ପାଣ୍ଡିଆନ

ଭୁବନେଶ୍ବର: ଓଡିଶାର ଏକ ବଡ ଟିମ ଦୁବାଇ ଗସ୍ତରେ ଅଛନ୍ତି। ଦୁବାଇରେ ଆୟୋଜିତ ଓଡିଶା ଦିବସରେ ଯୋଗ ଦେବା ପାଇଁ ସେମାନେ ଯାଇଛନ୍ତି। ଏଥିରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ କେତେକ ବିଧାୟକ ଅଛନ୍ତି। ସେହିପରି ଉନ୍ନୟନ କମିଶନରଙ୍କ ସହିତ କେତେକ ଅଧିକାରୀ ମଧ୍ୟ ଯାଇଛନ୍ତି। ସେହି ଟିମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ। ଦୁବାଇର ଏକ ବଡ ପ୍ରେକ୍ଷାଳୟରେ ଭରପୁର ଓଡିଆଙ୍କୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ। ଏଥସହିତ ସେ ଓଡିଆ ଲୋକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଦାନ କରିଥିଲେ। ସେଥିରେ ଜଣେ ପ୍ରବାସୀ ଓଡିଆ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଆପଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁବେଳେ ରହୁଛନ୍ତି, ତାଙ୍କଠାରୁ କଣ ଶିକ୍ଷା ଲାଭ କରିଛନ୍ତି କିମ୍ବା ଆପଣଙ୍କୁ ତାଙ୍କର କେଉଁ ଗୁଣ ଉଦବୋଧ କରିଛି। ଏହାର ଉତ୍ତରରେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ସହିତ ଅଙ୍ଗେ ନିଭା କଥା କେତୋଟି ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ମୋର ସୌଭାଗ୍ୟ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କାମ କରୁଛି। ମୁଖ୍ୟତଃ ତାଙ୍କର ସମୟାନୁବର୍ତ୍ତିତା, ଶାଳୀନତା, ସାଧାରଣ ଚାଲିଚଳଣୀ ମୋତେ ବେଶ ଉଦବୋଧ କରିଛି ବୋଲି ପାଣ୍ଡିଆନ ଭରପୁର ପ୍ରେକ୍ଷାଳୟରେ ଲୋକଙ୍କୁ କହିଥିଲେ। ସେ କହିଥିଲେ ଯେ, ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ କାମ ଆରମ୍ଭ କଲି ସେତେବେଳେ ସେ ମାରୁତି ଏସଟିମ୍ ଗାଡିରେ ଯିବା ଆସିବା କରୁଥିଲେ। ପରବର୍ତ୍ତି ସମୟରେ ମାରୁତି କଂପାନୀ ଏହି ଗାଡି ଉତ୍ପାଦନ ବନ୍ଦ କରିଦେଲା। ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ଗାଡି ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରିଥିଲେ। ସେ ମନା କଲେ, କହିଲେ ଏବେ ଚାଲୁଛି ତ ଚାଲୁ। ଏହା ପରେ ସେହି ଗାଡି କିଛି ମାସ ଚାଲିଲା। ହେଲେ ହଠାତ ଦିନେ ସେ ଗାଡିଟି ରାସ୍ତାରେ ଅଟକିଗଲା। ସେତେବେଳେ ସାରଙ୍କୁ କହିଲେ ଯେ, ଏହି ଗାଡି ପରିବର୍ତ୍ତନ କରିବା। ମୁଖ୍ୟମନ୍ତ୍ରୀ କିଛି ସମୟ ଚିନ୍ତା କରି କହିଲେ ଯେ, ଠିକ ଅଛି, ତେବେ ମାରୁତି କଂପାନୀ ଏହି ଗାଡିକୁ ପରିବର୍ତ୍ତନ କରି କଣ ନୂଆ ଗାଡି କାଢିଛି ଜାଣିଛ କି ? ଏହାର ଉତ୍ତରେ ସେ କହିଥିଲ ଯେ, ସାରେ ଏହା ବଦଳରେ ମାରୁତି କଂପାନୀ ଏସଏକ୍ସଫୋର ବାହାର କରିଛି। ମୁଖ୍ୟମନ୍ତ୍ରୀ କହିଲେ ସେହି ଗାଡିଟି ଆଣ।

Related Articles

Leave a Reply

Your email address will not be published.

Back to top button