ମଦ ପିଇ ୧୦ ମୃତ

ଚେନ୍ନଇ : ବିଷାକ୍ତ ମଦ ପିଇ ତାମିଲନାଡୁ ଭିଲ୍ଲୁପୁରମ୍ ଜିଲ୍ଲାର ମାରାକ୍କାନାମ ଗ୍ରାମରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ ମଦ ପିଇବା ପରେ ୧୬ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଦୁଇଜଣ ପୁଲିସ ଅଧିକାରୀଙ୍କ ସମେତ ୩ଜଣଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମୃତକଙ୍କ ପରିବାର ପିଛା ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହିତ ଅସୁସ୍ଥ ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button