ଅହଂକାର ଛାଡ଼ିଲେ ସଫଳତା ମିଳିବ: ଭକ୍ତ ଦାସ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ବାଜିମାତ କରିଥିବାବେଳେ କଂଗ୍ରେସର ଭୋଟପରିମାଣକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସର ଏଭଳି ଭୋଟ ନେଇ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଇଗୋ/ଅହଂକାର ଛାଡ଼ିଲେ ଯାଇ କଂଗ୍ରେସକୁ ଓଡ଼ିଶାରେ ସଫଳତା ମିଳିବ । ଓଡ଼ିଶାରେ ଦଳ ଦୁର୍ବଳ ନେଇ ଆତ୍ମସମୀକ୍ଷାର ଅନୁଭବ ଦରକାର ।  ଆମେ ଏକ ହୋଇପାରିଲେ ଏତେ କଥା ଶୁଣିବାକୁ ମିଳିିବନି ।  ପରିସ୍ଥିତି ବଦଳିବାକୁ  ମାତ୍ର ମାସେ ସମୟ ଲାଗିବ । କର୍ଣ୍ଣାଟକରେ ଡେଡଲି କମ୍ବିନେସନ ଏକାଠି ହେବାରୁ ସଫଳତା ମିଳିଲା ।  ସିଦ୍ଧରମେୟା ବହୁତ ଲୋକପ୍ରିୟ ଓ ଶିବକୁମାର ଜଣେ ଦୃଢ ସଂଗଠକ । ରାହୁଲ ଗାନ୍ଧୀଙ୍କୁ ଅପମାନିତ କରାଯିବା ପ୍ରଭାବ ବି କର୍ଣ୍ଣାଟକରେ ପଡ଼ିଲା । ପଲିଟିକାର ୱାର୍କ ଆଗରେ ଅର୍ଥ ଓ ବାହୁବଳ କାମ ଦେବନି ବୋଲି ଭକ୍ତ ଦାସ କହିଛନ୍ତି । ତେବେ କଂଗ୍ରେସ ବିଧାୟକ ତାରା ବାହିନୀପତି ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏକତା ଓ ଅର୍ଥର ଅଭାବ ଯୋଗୁଁ ଆମେ ପରାଜୟବରଣ କଲୁ । ଝାରସୁଗୁଡ଼ାରେ ଯେପରି ଅର୍ଥ ଖର୍ଚ୍ଚ ହେଉଥିଲା ସେଠାରେ ଜିତିବା ସମ୍ଭବ ନଥିଲା । ନବ ବାବୁ ବିଜେଡି ଗଲା ପରେ କଂଗ୍ରେସ କର୍ମୀ ବିଜେଡିକୁ ପଳାଇଗଲେ । ଏହି ଉପନିର୍ବାଚନରେ ଆମ ଭୋଟ ବିଜେଡିକୁ ପଳାଇଛି । ସେହିପରି କଂଗ୍ରେସର କୌଣସି ବିଧାୟକ ପ୍ରଚାର ମଇଦାନକୁ ନଯିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଟଙ୍କାନଥିଲେ ୯ବିଧାୟକ ଯାଇ କ’ଣ କରିଥାନ୍ତେ  ।  ୪୦ ହଜାର ଭୋଟ କଂଗ୍ରେସ ପାଇବା ନେଇ ଆଶା କରଯାଉଥିବାବେଳେ ୪ ହଜାର ଭୋଟ ପାଇବା ଆମ ଦୁର୍ଭାଗ୍ୟ ବୋଲି ସେ କହିଛନ୍ତି । ପ୍ରକାଶଯେ ଓଡ଼ିଶାରେ ଉପନିର୍ବାଚନ କଂଗ୍ରେସ ପାଇଁ ଅଭିଶାପ ପାଲଟିଛି। ପ୍ରତି ଉପନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଅଧିକ ଦୁର୍ବଳ ହେବାରେ ଲାଗିଛି। ଅଧିକାଂଶ ଉପନିର୍ବାଚନରେ ଦଳ ଅମାନତ ହରାଉଛି।  ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା କଂଗ୍ରେସ ଝାରସୁଗୁଡାରେ ମଧ୍ୟ ସମାନ ଭାବେ ଅମାନତ ହରେଇଛି ।  ଧାମନଗର ଉପନିର୍ବାଚନରେ କଂଗ୍ରେସକୁ  ୩୫୩୩ ଭୋଟ୍‍ ମିଳିଥିବା ବେଳେ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସକୁ ମିଳିଥିଲା ୩୫୯୪ ଖଣ୍ଡ ଭୋଟ୍‍। ଆଉ  ଝାରସୁଗୁଡା ଉପନିର୍ବାଚନରେ ମିଳିଛି ୪,୪୯୬ ଖଣ୍ଡ ଭୋଟ୍‍।

Related Articles

Leave a Reply

Your email address will not be published.

Back to top button