ଭୋଟ ଦେଉଛି ଝାରସୁଗୁଡା, ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ଭୁବନେଶ୍ବର: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାତଟାରୁ ଆରମ୍ଭ ହୋଇଥିଲା ଏହି ମତଦାନ ପକ୍ରିୟା। ଏଥିରେ ଭୋଟରମାନେ ସକାଳୁ ସକାଳୁ ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଆଜି ସକାଳ ନଅଟା ସୁଦ୍ଧା ନଅ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ପ୍ରବଳ ଖରା ପାଇଁ ବିଭିନ୍ନ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଧାଡିରେ ଛିଡା ହୋଇଥିବା ଭୋଟରମାନଙ୍କ ଉପରେ ପାଣି ସିଞ୍ଚନ କରାଯାଉଛି। ଏଥିସହିତ ପାଣି ପଣା ପ୍ରଦାନର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଏହି ମତଦାନରେ ଉଭୟ ବିଜେପି ଏବଂ ବିଜେଡି ପ୍ରାର୍ଥୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button