ନିଯୁକ୍ତି ପାଇବେ ୬୪୨ ନୂଆ ଶିକ୍ଷକ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ୧୦୬ ହାଇସ୍କୁଲ୍‌ରେ ଦ୍ୱାଦଶ ଶ୍ରେଣୀ ଖୋଲାଯିବ । ଏଥିରୁ ୬ଟି ସ୍କୁଲ୍‌ରେ ବିଜ୍ଞାନ ଓ କଳା ପାଠ ପଢ଼ା ହେବାକୁ ଥିବା ବେଳେ ୧୦୦ଟି ସ୍କୁଲ୍‌ରେ ଦ୍ୱାଦଶ ଶ୍ରେଣୀ କଳା ପାଠ ପଢ଼ାଯିବ । ପ୍ରାଥମିକ ପର୍ୟ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବ । ଏହି ବିଭାଗରେ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼ାଯିବ । ସେହିପରି ପ୍ରତ୍ୟେକ ସ୍କୁଲ୍‌ରେ କଳା ବିଭାଗ ପାଇଁ ୬ଜଣ ପିଜିଟି ଓ ବିଜ୍ଞାନ ପାଇଁ ୭ଜଣ ପିଜିଟି ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଏଥିରେ ୬୪୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ ମାଧ୍ୟମରେ ନାମଲେଖା ପ୍ରକ୍ରିୟା କରାଯିବ । ଏପରିକି ସମ୍ପୃକ୍ତ ସ୍କୁଲ୍‌ରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୨ ନାମଲେଖା ପାଇଁ ପ୍ରାଥମିକତା ଦିଆଯିବ । ଏହି ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼ା ଉପଯୋଗୀ କରିବାପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।

Related Articles

Leave a Reply

Your email address will not be published.

Back to top button