ମେ’ ତୃତୀୟ ସପ୍ତାହରେ ମାଟ୍ରିକ ଫଳାଫଳ

ଭୁବନେଶ୍ୱର: ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିପାରେ ।  ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେହିପରି ମେ’ଶେଷ ସପ୍ତାହ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ମେ’ଶେଷ ସପ୍ତାହ ସୁଦ୍ଧା  ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହରିପାରେ ବୋଲି ଶ୍ରୀ ଦାସ ସୂଚନା  ଦେଇଛନ୍ତି । ତେବେ ଖୁବଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଏଥର ମୂଲ୍ୟାୟନ କାର୍ୟ୍ୟରେ ୧୩ ହଜାର ଶିକ୍ଷକ, କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏଥିମଧ୍ୟରୁ ପ୍ରାୟ ୧୨ ହଜାର ୪ ଶହ ଶିକ୍ଷକ ଖାତା ଦେଖୁଥିଲେ । ମାଟ୍ରିକ୍‌ ରେଗୁଲାର, ଏକ୍ସରେଗୁଲାର ସହ ଏସ୍‌ଓଏସ୍‌ସି ଓ ସଂସ୍କୃତ ମଧ୍ୟମା ପରୀକ୍ଷା ମିଶି ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି ସେଣ୍ଟରରେ ଏଥର ପରୀକ୍ଷା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଯଦିଓ ପରୀକ୍ଷାଫଳ ତାରିଖ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ଏଦିଗରେ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟ କରୁଛନ୍ତି।

Related Articles

Leave a Reply

Your email address will not be published.

Back to top button