ମେ’୮ରୁ ଓଜେଇଇ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୮ ତାରିଖରୁ ଆରମ୍ଭ ହେବ । କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ(ସିବିଟି) ମାଧ୍ୟମରେ ଏହି ପରୀକ୍ଷା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ୩୦ଟି ସହରରେ ୪୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ କୋଲକାତା, ପାଟନା ଏବଂ ରାଞ୍ଚିରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏନେଇ ଓଜେଇଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ୍‌ ଏଣ୍ଟ୍ରି ବିିଟେକ, ଲାଟେରାଲ୍‌ ଏଣ୍ଟ୍ରି ବିଏସ୍‌ସି, ଲାଟେରାଲ୍‌ ଏଣ୍ଟ୍ରି ବିଫାର୍ମା, ଏମ୍‌ବିଏ, ଏମ୍‌ସିଏ, ଏମ୍‌ଏସ୍‌ସି, ଏମ୍‌ଟେକ୍‌, ଏମ୍‌ଫାର୍ମା, ଏମ୍‌ପ୍ଲାନ୍‌, ଏମ୍‌ଆର୍କର୍, ବିକାଟ୍‌ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ସମସ୍ତ ପରୀକ୍ଷା ପାଇଁ ପ୍ରତିଦିନ ୩ଟି ସିଫ୍ଟ କରାଯାଇଛି । ୮ରେ ଲାଟେରାଲ୍‌ ଏଣ୍ଟ୍ରି ଟେକ୍‌ନୋଲୋଜି (ଡିପ୍ଲୋମା) ପାଇଁ ପରୀକ୍ଷା ହେବ । ୯ରେ ଏମ୍‌ସିଏ, ଏମ୍‌ଏସ୍‌ସି (କମ୍ପ୍ୟୁଟର ସାଇନ୍ସ), ଏମ୍‌ଟେକ୍‌ (୧୧ଟି ପାଠ୍ୟକ୍ରମ), ଏମ୍‌ଆର୍କ, ଏମ୍‌ପ୍ଲାନିଂ, ଏମ୍‌ଫାର୍ମା, ବିସାଟ୍‌ ପାଇଁ ପରୀକ୍ଷା ହେବ । ୧୧ରେ ଏମ୍‌ବିଏ, ଏଲ୍‌ଇ ଟେକ୍‌ (ବିଏସ୍‌ସି), ବିସାଟ୍‌ (ଫିଲ୍ମି ଏଡିଟିଂ), ୧୨ରେ ବିଫାର୍ମା କୋର୍ସ ପାଇଁ ପରୀକ୍ଷା ହେବ । ୧୫ ତାରିଖରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା), ଏଲ୍‌ଇ ଫାର୍ମା, ଇଣ୍ଟିଗ୍ରେଡେଟ୍‌ ଏମ୍‌ବିଏ ପରୀକ୍ଷା ଅନୁଷ୍ଠିତ ହେବ।

Related Articles

Leave a Reply

Your email address will not be published.

Back to top button