ସ୍ପଷ୍ଟ ହେଉଛି ବାତ୍ୟା ଗତିପଥ, କାଲି ସୁଦ୍ଧା ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇପାରେ। ଘନୀଭୂତ ହୋଇ ୯ରେ ହେବ ଲଘୁଚାପ ନେଇପାରେ ଅବପାତର ରୂପ। ଏହା ପରେ ଡିପ୍ରେସନ୍‌ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବ। ସେଠାରେ ସୃଷ୍ଟି ହୋଇପାରେ ସମ୍ଭାବ୍ୟ ବାତ୍ୟା।  ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଆଇଏମଡି ପକ୍ଷରୁ କିଛି ଆକଳନ କରାଯାଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ଗତି ପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଆଜିଠାରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ହେଲେ ବାତ୍ୟା କେଉଁଆଡେ ଯିବ ସ୍ପଷ୍ଟ ସୂଚନା ନାହିଁ। ଅଧିକାଂଶ ପାଣିପାଗ ମଡେଲର ଆକଳନ ମିଆଁମାର ମୁହାଁଇବ ବାତ୍ୟା। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ବାତ୍ୟା କେଉଁ ଆଡେ ମୁହାଁଇବ କେତେ ତୀବ୍ରତା ରହିବ ତାର ସଠିକ ପୂର୍ବାନୁମାନ ହୋଇନଥିବା କହିଛି ଆଇଏମ୍‌ଡି। ୮ତାରିଖ ବେଳକୁ ସ୍ପଷ୍ଟ ହେବ ବାତ୍ୟାର ଗତି ଓ ତୀବ୍ରତା।

Related Articles

Leave a Reply

Your email address will not be published.

Back to top button