ରାଇରଙ୍ଗପୁରରେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଓଡିଶା ଗସ୍ତରେ ଅଛନ୍ତି। ସେଥିପାଇଁ ସେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କୁ ରାଇରଂଗପୁରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଆଜି ପୂର୍ବତନ ରାଷ୍ଟ୍ରପତି ସିଂହଙ୍କ ଜନ୍ମତିଥୀ ହୋଇଥିବାରୁ ସେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମୟୁରଭଂଜର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଜନ୍ମମାଟି ଗସ୍ତ। ସେ ଗୁରୁବାରଠାରୁ ମୟୁରଭଂଜ ଜିଲ୍ଲାରେ ଅଛନ୍ତି। ଗତକାଲି ସେ ତାଙ୍କର ନିଜ ଘରେ ରାତ୍ରିଯାପନ କରିଥିଲେ। ଆଜି ସେ ସିମିଳିପାଳ ଗସ୍ତ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

Related Articles

Leave a Reply

Your email address will not be published.

Back to top button