ଭାରତକୁ ବଦନାମ କରିବା ପାଇଁ ଏକ ଅଭିଯାନ ଚଳାଉଛି ନ୍ୟୁୟର୍କ ଟାଇମ୍ସ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ନ୍ୟୁୟର୍କ ଟାଇମ୍ସ ସଭାପତି ଏ.ଜି. ସୁଲଜବର୍ଗରଙ୍କୁ ଟାର୍ଗେଟ କରିଛନ୍ତି। ଭାରତରେ ସାମ୍ବାଦିକମାନଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯାଏ ବୋଲି ତାଙ୍କ ଦାବିକୁ ନେଇ କେନ୍ଦ୍ର ମନ୍ତ୍ରୀ ସମାଲୋଚନା କରିଛନ୍ତି। ବୁଧବାର ଦିନ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସରେ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଲଜବର୍ଗର କହିଥିଲେ ଯେ, ଭାରତର କର୍ତ୍ତୃପକ୍ଷ ନ୍ୟୁଜ୍ ରୁମ ଉପରେ ଚଢାଉ କରି ସାମ୍ବାଦିକମାନଙ୍କୁ ଆତଙ୍କବାଦୀ ଭାବରେ ବ୍ୟବହାର କରିଛନ୍ତି। ଏହାପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, କୌଣସି ଭୁଲ ମାମଲାରେ ଭାରତରେ ଏହି କାର୍ଯ୍ୟ କରାଯାଇଛି ଏବଂ ମିଡିଆ ସଂଗଠନ ହେବାର ମାନ୍ୟତା ଦର୍ଶାଇ କେହି ରିହାତି ଦାବି କରିପାରିବେ ନାହିଁ। ସେ ଟ୍ୱିଟରରେ ଲେଖିଛନ୍ତି ଯେ, “ଭାରତରେ ଆଇନ ନିଜ କାର୍ଯ୍ୟ କରୁଛି। ନ୍ୟୁଜ୍ ରୁମ୍ କିମ୍ବା ଅନ୍ୟ ସଂସ୍ଥା, ଯଦି ବି କେହି କିଛି ଭୁଲ୍ କରନ୍ତି, ତେବେ ତାଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।”

Related Articles

Leave a Reply

Your email address will not be published.

Back to top button