ଗଣମାଧ୍ୟମ ସ୍ୱାଧୀନତା ପଛରେ ପଡ଼ିଛି ଭାରତ

ନୂଆଦିଲ୍ଲୀ: ୨୦୨୩ ‘ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚୀ’ରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୬୧କୁ ଖସି ଆସିଥିବା କଥା ବୈଶ୍ବିକ ଗଣମାଧ୍ୟମ ଉପରେ ଦୃଷ୍ଟି ରଖୁଥିବା ସଂସ୍ଥାନ ‘ରିପୋଟର୍ସ ୱିଦାଉଟ୍‌ ବର୍ଡର୍ସ’ (ଆର୍‌ଏସ୍‌ଏଫ୍‌) ରିପୋର୍ଟ କରିଛି। ଗଣମାଧ୍ୟମ ସ୍ବାଧୀନତା କଥା ବିବେଚନା କଲେ ୧୫୦ତମ ସ୍ଥାନରେ ଥାଇ ପାକିସ୍ତାନ ଭାରତଠାରୁ ଅଗ୍ରଣୀ ରହିଛି। ୨୦୨୨ରେ ଏହି ସୂଚୀରେ ଭାରତର ସ୍ଥାନ ୧୫୦ ଥିବା ବେଳେ ପାକିସ୍ତାନ ୧୫୭ରେ ସ୍ଥାନିତ ହୋଇଥିଲା। ଚଳିତ ବର୍ଷର ଏହି ସୂଚକାଙ୍କରେ ଶ୍ରୀଲଙ୍କା ମଧ୍ୟ ଉଲ୍ଲେଖଯୋଗ୍ୟ ଉନ୍ନତି କରିଛି। ୨୦୨୨ରେ ଶ୍ରୀଲଙ୍କା ୧୪୬ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ୧୩୫ତମ ସ୍ଥାନରେ ସ୍ଥାନିତ ‌ହୋଇଛି। ଗଣମାଧ୍ୟମ ସ୍ବାଧୀନତାରେ ଚଳିତ ବର୍ଷ ନର୍‌ୱେ, ଆୟର୍ଲାଣ୍ଡ୍‌ ଓ ଡେନ୍‌ମାର୍କ ପ୍ରଥମ ୩ଟି ସ୍ଥାନ ବଜାୟ ରଖିଥିବା ବ‌େଳେ ଭିଏତ୍‌ନାମ୍, ଚୀନ୍‌ ଓ ଉତ୍ତର କ‌ୋରିଆ ସୂଚକାଙ୍କର ତଳଆଡୁ ଶେଷ ତିନୋଟି ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ‘ରିପୋଟର୍ସ ୱିଦାଉଟ୍‌ ବର୍ଡର୍ସ’ (ଆର୍‌ଏସ୍‌ଏଫ୍‌) ଗଣମାଧ୍ୟମ ସ୍ବାଧୀନତାର ବ‌ୈଶ୍ବିକ ରାଙ୍କିଙ୍ଗ୍‌ ପ୍ରକାଶ କରିଥାଏ। ଏହା ହେଉଛି ଏକ ଆନ୍ତର୍ଜାତିକ ‘ଏନ୍‌ଜିଓ’, ଯାହାର ଲକ୍ଷ୍ୟ ହେଉଛି ଗଣମାଧ୍ୟମ ସ୍ବାଧୀନତାକୁ ସୁରକ୍ଷା ଦେବା ଓ ପ୍ରସାର କରିବା। ପ୍ୟାରିସ୍‌ରେ ମୁଖ୍ୟାଳୟ ଥିବା ‘ରିପୋଟର୍ସ ୱିଦାଉଟ୍‌ ବର୍ଡର୍ସ’ର (ଆର୍‌ଏସ୍‌ଏଫ୍‌) ଜାତିସଂଘରେ ମଧ୍ୟ ‘କନ୍‌ସଲ୍‌ଟେଟିଭ୍‌ ଷ୍ଟାଟସ୍’ ରହିଛି।

Related Articles

Leave a Reply

Your email address will not be published.

Back to top button