୫ ତାରିଖରେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଆସନ୍ତା ୫ତାରିଖ ବୁଦ୍ଧ ପୂର୍ଣ୍ଣିମାରେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଏହି ମହାଜାଗତିକ ଦୃଶ୍ୟକୁ ଓଡ଼ିଶାରେ ଖାଲି ଆଖିରେ ଦେଖିବା ସମ୍ଭବପର ହେବନି। ଟେଲିସ୍କୋପ୍ କିମ୍ବା ବାଇନାକୁଲର ମାଧ୍ୟମରେ ଏହି ଚନ୍ଦ୍ରଗ୍ରହଣକୁ ଦେଖିହେବ ବୋଲି ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୃଥିବୀର ଛାୟା ଦେଇ ଚନ୍ଦ୍ରମା ମେ’ ୫ ତାରିଖ ରାତି ୮ଟା ୪୫ମିନିଟରୁ ମେ’ ୬ତାରିଖ ରାତି ୧ଟା ମଧ୍ୟରେ ଅତିକ୍ରମ କରିବ । ଅର୍ଥାତ୍ ପ୍ରାୟ ୪ଘଣ୍ଟା ୧୮ମିନିଟର ଅବଧିର ଏହି ଗ୍ରହଣର ମଧ୍ୟକାଳ ରାତି ୧୦ଟା ୫୨ମିନିଟରେ ହେବ ଓ ଏହି ଚନ୍ଦ୍ରଗ୍ରହଣ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ଭାରତ ମହାସାଗର ଅଂଚଳରେ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ସାଧାରଣତଃ ସୂର୍ଯ୍ୟପରାଗ ତୁଳନାରେ ବିଶ୍ୱର ଅଧିକ ଅଂଶରେ ଦୃଶ୍ୟମାନ ହୋଇଥାଏ। କାରଣ ଚନ୍ଦ୍ରମା ତୁଳନାରେ ପୃଥିବୀର ଆକାର ବହୁତ ବଡ଼ ଓ ଏହାର ଛାଇ ମଧ୍ୟ। ସାଧାରଣ ଲୋକମାନେ ଚନ୍ଦ୍ରଗ୍ରହଣ ସମୟରେ ଖାଇବାଠାରୁ ଦୁରେଇ ରୁହନ୍ତୁ। ତୁଳସୀପତ୍ରକୁ ଖାଦ୍ୟପାତ୍ରରେ ରଖନ୍ତି, ବିଶେଷ କରି ଭଗବାନ ବିଶ୍ୱାସୀମାନେ ବିଶ୍ୱାସ କରନ୍ତି ଯେ ମନ୍ତ୍ର ଜପ କରିବା ଏବଂ ଭଗବାନଙ୍କ ନାମ ଗ୍ରହଣ କରିବା ଦ୍ୱାରା ଚନ୍ଦ୍ରଗ୍ରହଣ କରିବା ଦ୍ୱାରା ଚନ୍ଦ୍ରଗ୍ରହଣର ପ୍ରଭାବ କମ୍ ହୋଇପାରେ।

Related Articles

Leave a Reply

Your email address will not be published.

Back to top button