ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାରେ ଅଶ୍ଳୀଳ ଦଣ୍ଡନାଚ ପ୍ରଦର୍ଶନ, ୫ ଗିରଫ

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳିତ ହେଉଛି। ଇତ୍ୟବସରରେ ବହୁ ଦୁର ଦୁରାନ୍ତରୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁଅ ଛୁଟିଛି ଓ ମା’ଙ୍କ ଯାତ୍ରା ପରମ୍ପରା ଓ ନୀତି ନିୟମ ପାଳନ ହେବା ସହ ବହୁ ମାନସିକ ବେଶଧାରୀ ବ୍ୟକ୍ତିବିଶେଷ ମା’ଙ୍କ ଦର୍ଶନ କରି କ୍ରୁପା ଲାଭ କରୁଛନ୍ତି। କିନ୍ତୁ କିଛି ଅନୁଷ୍ଠାନ ଓ ସଂସ୍କୃତି ବିରୋଧୀ ବ୍ୟକ୍ତିବିଶେଷ ବିଭିନ୍ନ ପ୍ରକାର ଅଶ୍ଳୀଳ ଭଜନ, ନାଚ ଗୀତ ସହ ଦଣ୍ଡନାଚ ପଟୁଆର ବାହାର କରି ଧର୍ମାବଲମ୍ବୀ ଜନତାଙ୍କ ହୃଦୟକୁ କୁଠାରାଘାତ କରୁଛନ୍ତି। ଯଦ୍ଵାରା କିଛି ବୁଦ୍ଧିଜୀବୀ ଓ ଯାତ୍ରା କଳାକାର ସଂଘ ପକ୍ଷରୁ ବ୍ରହ୍ମପୁର ଏସପି ଡଃ ଶ୍ରବଣ କୁମାର ଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ଏହି ଭଳି ଅପସଂସ୍କୃତି କାର୍ଯ୍ୟ କୁ ବନ୍ଦ କରିବା ପାଇଁ ଦାବି କରିଥିଲେ। ଏସପି ଡ. ଶ୍ରବଣ କୁମାରଙ୍କ ନିର୍ଦ୍ଦେଶରେ ବଡ଼ବଜାର ଥାନା ପୋଲିସ୍ ଏହି ଭଳି କାର୍ଯ୍ୟକୁ ଦମନ କରିବା ପାଇଁ ଆଗେଇ ଆସି ଏକ ଅଶ୍ଳୀଳ ଦଣ୍ଡନାଚ ଦଳକୁ କାବୁ କରି ୫ ଜଣ ଯୁବକ ଓ ଅଶ୍ଳୀଳ ଫଟୋ ପ୍ରଦର୍ଶିତ ପରଭାକୁ ଉଠାଇ ଆଣି ଜେରା କରିବା ସହ କେଶ୍ ନଂ ୧୩୫/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଯୁବକ ମାନେ ହେଲେ ଶିବ ମହାରଣା, ଅନୁପମ ରାଉତ, ବାବୁ ନାୟକ, ଭଗବାନ ନାୟକ ଓ ଶଙ୍କର ଜେନା ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button