ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମିତ ତାମିଲନାଡୁର ଶ୍ରୀଜଗନ୍ନାଥ ମନ୍ଦିର

ଚେନ୍ନାଇ: ତାମିଲନାଡୁର ଦିବ୍ୟ ତ୍ରିମୂର୍ତ୍ତି ଭାବେ ପରିଚିତ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ମା ସୁଭଦ୍ରା। ତାଙ୍କରି ପୂଜା ବିଧି ପାଇଁ ତାମିଲନାଡୁରେ ନିର୍ମାଣ କରାଯାଇଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ସମୁଦ୍ର କୂଳର ପୂର୍ବ ତଟ ରାସ୍ତାର କନ୍ନଥୁରଠାରେ ଅବସ୍ଥିତ ଏହି ଜଗନ୍ନାଥ ମନ୍ଦିର ପୁରୀର ସ୍ମୃତିଚାରଣ କରୁଥିବା କଳିଙ୍ଗ ସ୍ଥାପତ୍ୟରେ ନିର୍ମିତ ହୋଇଛି। ଏହି ମନ୍ଦିର ଶିବ, ଗଣେଶ ଏବଂ ବିମଳାଙ୍କ ପାଇଁ ମଧ୍ୟ ସମର୍ପିତ କରାଯାଇଛି। ୨୦୦୧ ମସିହାରେ ନିର୍ମିତ ଏହି ମନ୍ଦିର ସଂପୂର୍ଣ୍ଣ ଭାବେ ଓଡିଆ ସ୍ଥାପତ୍ୟ ଢାଞ୍ଚାରେ କରାଯାଇଛି। ସେହିପରି ଶ୍ରୀଜୀୟୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୁରୀ ଢାଞ୍ଚାରେ ନିମ୍ବ କାଠରେ ନିର୍ମାଣ କରାଯାଇଛି। ସେଠାରେ ପ୍ରତିବର୍ଷ ରଥଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ। ତେବେ ଏହି ରଥଯାତ୍ରାରେ ରଥ କାଠ ପରିବର୍ତ୍ତେ ଷ୍ଟିଲ ରଡରେ ନିର୍ମାଣ କରାଯାଇଛି।

Related Articles

Leave a Reply

Your email address will not be published.

Back to top button