ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଲାଣି କରୋନା
ଭୁବନେଶ୍ୱର: ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍ କେସ୍। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨୦୪ । ଏହି ସମୟରେ ମୋଟ୍ ୫ହଜାର ୯୩୧ କୋଭିଡ୍ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍ । ମୃତ ୭୦ ବର୍ଷୀୟ ବୃଦ୍ଧ ସୁବର୍ଣ୍ଣପୁରର ହୋଇଥିବା ସୂଚନା । ବୃଦ୍ଧ ଜଣକ ଅନ୍ୟ ରୋଗରେ ପୀଡିତ ଥିଲେ । ସୁସ୍ଥ ହୋଇଛନ୍ତି ୯୭ ଆକ୍ରାନ୍ତ । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୫ଶହ ୫କୁ ବୃଦ୍ଧି ହୋଇଛି ।