ଡାକ୍ତରଖାନାରେ ଭର୍ତ୍ତିହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଭୁବନେଶ୍ବର: ଅସୁସ୍ଥ ହୋଇ ପଡ଼ିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ତାଙ୍କୁ ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।  ତାଙ୍କ ସ୍ୱତନ୍ତ୍ର କ୍ୟାବିନ୍‌ରେ ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ କମଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସିଡିଏମ୍‌ଓ ଡାକ୍ତର ଅରୁଣ କୁମାର ପାଢ଼ି କହିଛନ୍ତି ।
ଗତ ୨୨ ତାରିଖ ସକାଳେ କମଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ କରିଥିଲା । ପ୍ରଥମେ ସାମାନ୍ୟ ଜ୍ୱର ହୋଇଥିଲା । ଅପରାହ୍ଣରେ ହୋଇଥିଲା ପତଳା ଝାଡ଼ା । ଦୁର୍ବଳ ଲାଗିବାରୁ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ ବଡ଼ପୁଅ ଧନୁର୍ଜୟ ପୂଜାରୀ । ଖବର ପାଇ କମଳାଙ୍କ ଗାଁ ପାତ୍ରପୁଟରେ ପହଞ୍ଚିଥିଲା ଆମ୍ବୁଲାନ୍ସ ସହ ସ୍ୱାସ୍ଥ୍ୟଟିମ୍‌ । ତାଙ୍କୁ ଆମ୍ବୁଲାନ୍ସରେ ଡିଏଚ୍‌ଏଚ୍‌କୁ ଅଣାଯାଇଥିଲା । ସାଙ୍ଗରେ ତାଙ୍କ ବଡ଼ପୁଅ ଏବଂ ଅନ୍ୟମାନେ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭେଷଜ ୱାର୍ଡର ସ୍ୱତନ୍ତ୍ର କ୍ୟାବିନ୍‌ ନମ୍ବର-୫ରେ ଭର୍ତ୍ତି କରାଯାଇଥିଲା । ଡିଏମ୍‌ଓ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଏବଂ ଅନ୍ୟ ଡାକ୍ତରମାନେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button