ପାୱାର କଟ୍ ନୁହେଁ, ଟ୍ରିପ୍ ହେଉଛି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାୱାର କଟ୍ ନୁହେଁ, ଟ୍ରିପ୍ ହେଉଛି କହିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ପାୱାର କଟ୍ ହେଉନି, ଓଭର ଲୋଡିଂ ପାଇଁ ପାୱାର ଲାଇନ୍ ଟ୍ରିପ୍ କରୁଛି । ରାଜ୍ୟରେ ଇଲେକ୍ଟ୍ରିସିଟି ସପ୍ଲାଇରେ କୌଣସି ଅଭାବ ନାହିଁ । ଅନେକ ସ୍ଥାନରେ ଓଭର ଲୋଡିଂ ଦ୍ୱାରା ଟ୍ରିପ ହୋଇଯାଉଛି । ଭୁବନେଶ୍ୱରରେ ଥରେ ଟ୍ରିପ୍ କଲେ ସଜାଡିବାକୁ ୬/୭ ଘଣ୍ଟା ଲାଗିଯାଉଛି । ଗାଁ ଗହଳିରେ ଟିକେ ଅଧିକ ସମୟ ନେଉଛି ସେଥିପାଇଁ ନିରବିଚ୍ଛିନ୍ନ କରିବାକୁ ଚେଷ୍‌ଟା କରାଯାଉଛି । ଲୋ ଭୋଲଟେଜ୍ ଅଭିଯୋଗ ପଛରେ ଟେକ୍ନିକାଲ ତ୍ରୁଟି ରହିଛି । ପିକ୍ ପିରିୟଡରେ ୫ ହଜାର ୬୦୦ ମେଗାୱାଟ୍ ଆବଶ୍ୟକତା ରହିଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ପ୍ରତାପ ଦେବ ।

Related Articles

Leave a Reply

Your email address will not be published.

Back to top button