ଭାରତ ଆସିବେ ପାକ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ: ଗୋଆରେ ହେବାକୁ ଥିବା ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ ବା ଏସସିଓ ସମ୍ମିଳନୀରେ ପାକିସ୍ତାନ ଯୋଗ ଦେବ କି ନାହିଁ, ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଏହି ଆଲୋଚନା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ଏସସିଓ ବୈଠକରେ ପାକିସ୍ତାନ ଯୋଗ ଦେବ । ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଭାରତ ଗସ୍ତରେ ଆସିବେ । ପଡ଼ୋଶୀ ଦେଶର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମୁମତାଜ ଜହରା ବାଲୁଚ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ମେ’ ୪ ଓ ୫ ତାରିଖରେ ଗୋଆରେ ହେବାକୁଥିବା ଏସସିଓ ବୈଦେଶିକ ମନ୍ତ୍ରୀ ପରିଷଦ ବା ସିଏଫଏମ୍ ବୈଠକରେ ବିଲାୱଲ ଭୁଟ୍ଟୋ ପାକିସ୍ତାନ ପ୍ରତିନିଧି ଦଳର ନେତୃତ୍ୱ ନେବେ । ଭାରତ ବର୍ତମାନ ଏସସିଓର ଅଧ୍ୟକ୍ଷତା କରୁଛି । ଚଳିତ ବର୍ଷ ଜାନୁଆରୀ ମାସରେ ଚୀନର ନୂଆ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭଟ୍ଟଙ୍କୁ ଏସସିଓ ସଦସ୍ୟଙ୍କ ବୈଠକରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲା ଭାରତ ।

Related Articles

Leave a Reply

Your email address will not be published.

Back to top button