ପିଲାଙ୍କ ମୋବାଇଲ ନିଶାକୁ ନେଇ ୮୫ ପ୍ରତିଶତ ଭାରତୀୟ ପିତାମାତା ଚିନ୍ତିତ

ନୂଆଦିଲ୍ଲୀ: ଆମାଜନ ଦ୍ୱାରା ମଙ୍ଗଳବାର ପ୍ରକାଶିତ ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ପିଲାମାନେ ମୋବାଇଲ, ଟିଭି ଓ କମ୍ପ୍ୟୁଟର ପରଦାରେ ମାତ୍ରାଧିକ ସମୟ ବିତାଉଥିବାରୁ ୮୫ ପ୍ରତିଶତ ଭାରତୀୟ ପିତାମାତା ଚିନ୍ତା ପ୍ରକଟ କରିଛନ୍ତି । ୯୦ ପ୍ରତିଶତ ମାତାପିତା କହିଛନ୍ତି ଯେ, ପିଲାମାନେ ମୋବାଇଲ ଆଦି ପରଦାରେ ଅଧିକ ସମୟ ବିତାଉଥିବାରୁ ସେମାନଙ୍କ ଶାରୀରିକ ଓ ମାନସିକ ସକ୍ରିୟତା କମିଯାଉଛି । ଅଧିକାଂଶଙ୍କ ମତରେ ଟିଭି, ମୋବାଇଲ ଆଦି ପରଦାରେ ସର୍ବାଧିକ ୨ଘଣ୍ଟା ଦେବା ଉଚିତ୍‌ । କିନ୍ତୁ ପିଲାମାନେ ଦିନକୁ ୩ଘଣ୍ଟାରୁ ଅଧିକ ସମୟ ଏହି ପରଦାରେ ଦେଉଛନ୍ତି ବୋଲି ୬୯ ପ୍ରତିଶତ ପିତାମାତା କହିଛନ୍ତି । ଖରାଦିନିଆ ଛୁଟି ହୋଇଥାଏ। ଏହା ବାହାରେ ବୁଲାବୁଲି କରିବା ଏବଂ ପିଲାମାନଙ୍କ ପାଇଁ ଅଧିକ ଖେଳିବାର ସୁଯୋଗ । କିନ୍ତୁ ଏହି ଛୁଟି ସମୟରେ ପିଲାମାନେ ଖେଳକୁଦ ବା ବୁଲାବୁଲି ନ କରି ଅଧିକ ସମୟ ଘରେ ରହି ମୋବାଇଲ ବ୍ୟବହାର କରୁଥିବା ନେଇ ୮୫ ପ୍ରତିଶତ ପିତାମାତା ଚିନ୍ତା ପ୍ରକଟ କରିଛନ୍ତି । ୧୦ଟି ମେଟ୍ରୋ ଓ ଅଣମେଟ୍ରୋ ସହରର ୩ରୁ ୮ବର୍ଷ ବୟସର ପିଲାମାନଙ୍କ ୭୫୦ଜଣ ମାତାପିତାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ପିଲାମାନେ କିପରି ଟିଭି ମୋବାଇଲ ଛାଡ଼ି ଅଧିକ ପାଠପଢ଼ା ଓ ଖେଳକୁଦରେ ମନଦେବେ ତାହାର ଉପାୟ ଜାଣିବା ପାଇଁ ୯୬ ପ୍ରତିଶତ ଅଭିଭାବକ ବ୍ୟାକୁଳ ପ୍ରକାଶ କରିଛନ୍ତି । ଚଳିତ ଗ୍ରୀଷ୍ମ ଛୁଟିରେ ପିଲାଙ୍କୁ କିପରି କର୍ମବ୍ୟସ୍ତ ରଖିବେ ସେଥି ନେଇ ୮୨ ପ୍ରତିଶତ ପିତାମାତା ଚିନ୍ତିତ ଥିବା ପ୍ରକାଶ କରିଛନ୍ତି । ପିଲାମାନେ ଅଧିକ ସମୟ ମୋବାଇଲରେ ଦେଉଥିବାରୁ ଓ ଖେଳକୁଦ ନ କରି ସେମାନଙ୍କ ଶରୀର ମୋଟା ହୋଇଯାଉଛି, ଆଖି ଖରାପ ହେଉଛି, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟ ଦେଖାଯାଉଛି ଏବଂ ସେମାନଙ୍କ ପାଠପଢ଼ା ବି ନଷ୍ଟ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button