ସମ୍ବଲପୁରରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି

ସମ୍ବଲପୁର : ସୁଧୁରିବାରେ ଲାଗିଛି ସମ୍ବଲପୁର ସ୍ଥିତି । ପରିସ୍ଥିତି ସୁଧୁରିବା ପରେ ଜିଲ୍ଲା ପ୍ରଶାସନ ସମ୍ବଲପୁରରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରିଛି । ଆଜି ଠାରୁ ସାଢ଼େ ୬ ଘଣ୍ଟା କୋହଳ ରହିବ କର୍ଫ୍ୟୁ । କର୍ଫ୍ୟୁ ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ୪ ଘଣ୍ଟା ଓ ଦିନ ସାଢ଼େ ୩ଟାରୁ ୬ଟା ଯାଏଁ ଅଢ଼େଇ ଘଣ୍ଟା କୋହଳ ରହିବ । ଅର୍ଥାତ୍ ଏହି ସମୟ ଭିତରେ ଲୋକେ ବାହାରେ ଚଳପ୍ରଚଳ କରିପାରିବେ । ସେପଟେ ଗତ ୭୨ ଘଣ୍ଟାମଧ୍ୟରେ ଜିଲ୍ଲାରେ ସେଭଳି କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ । ପ୍ରଶାସନ ସ୍ଥିତି ଉପରେ ପୂରା ନଜର ରଖିଛି ।

Related Articles

Leave a Reply

Your email address will not be published.

Back to top button