କର୍କଟ ରୋଗ କରାଇଥାଏ ଏଭଳି ଖାଦ୍ୟ

ଆଜିକାଲି ଆପଣ ଯାହା ଖାଆନ୍ତି, ତାହା ସିଧାସଳଖ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଅଭ୍ୟାସ ଆପଣଙ୍କୁ ଅନେକ ରୋଗ ଦେଇପାରେ। ଏହାର କାରଣରୁ ଅଧିକାଂଶ ଲୋକ ମଧୁମେହ, ମେଦବହୁଳତା, ରକ୍ତଚାପ ଏବଂ ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖରାପ ଖାଦ୍ୟ ଆପଣଙ୍କୁ ଯେତିକି କ୍ଷତି ପହଞ୍ଚାଇଥାଏ, ତାହାଠାରୁ ଅଧିକ ବିପଜ୍ଜନକ ହୋଇଥାଏ ଆପଣ କେଉଁ ବାସନରେ ଖାଉଛନ୍ତି। ସେଥିପାଇଁ ଆପଣ କେଉଁ ବାସନରେ ଖାଦ୍ୟ ଖାଉଛନ୍ତି ତାହା ଦେଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ବାସନ ଆସୁଛି। ଏଥିମଧ୍ୟରୁ ପ୍ଲାଷ୍ଟିକ ବାସନ ବ୍ୟବହାର ବହୁ ବୃଦ୍ଧିପାଇଛି। ଏହି ବାସନରେ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ପ୍ଲାଷ୍ଟିକ୍ ବାସନ ବ୍ୟବହାରକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ତାଙ୍କ ଅନୁଯାୟୀ, ପ୍ଲାଷ୍ଟିକ ବାସନରେ ଖାଦ୍ୟ ଖାଇବା ଦ୍ୱାରା କର୍କଟ ହେବାର ଆଶଙ୍କା ରହିଥାଏ। ପ୍ଲାଷ୍ଟିକ୍ ବାସନରେ ଖାଦ୍ୟ ଗରମ କରିବା ଦ୍ୱାରା, ଏଣ୍ଡୋକ୍ରାଇନ୍ ଡିଷ୍ଟ୍ରିକ୍ଟିଙ୍ଗ ନାମକ ଏକ ବିପଜ୍ଜନକ କେମିକାଲ ଖାଦ୍ୟ ଭିତରକୁ ଆସେ। ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ପ୍ଲାଷ୍ଟିକରେ ଗରମ ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରର ହରମୋନାଲ ସନ୍ତୁଳନ ଖରାପ ହୋଇଥାଏ। ଏହି କାରଣରୁ କର୍କଟ ରୋଗ ହୋଇଥାଏ।

ଭୁଲରେ କରନ୍ତୁନି ଏପରି ଜିନିଷ :
-ଖାଦ୍ୟକୁ ମାଇକ୍ରୋୱେଭରେ ଅଧିକ ସମୟ ଗରମ କରିବା ଉଚିତ୍ ନୁହେଁ।
-ପ୍ଲାଷ୍ଟିକ ବାସନରେ ଖାଦ୍ୟ ଗରମରୁ ଦୂରେଇ ରୁହନ୍ତୁ। ଏହା କର୍କଟ ରୋଗର କାରଣ ହୋଇପାରେ।
-ପାନୀୟ ଜଳ ପାଇଁ ପ୍ଲାଷ୍ଟିକ ବୋତଲ ବଦଳରେ ଧାତୁ କିମ୍ବା କାଚ ବୋତଲ ବ୍ୟବହାର କରନ୍ତୁ।
-ପ୍ଲାଷ୍ଟିକ୍ ବୋତଲରେ କେବେବି ଗରମ ପାଣି ପିଅନ୍ତୁ ନାହିଁ।
-ଭୁଲରେ ମଧ୍ୟ ଛୋଟ ପିଲାମାନଙ୍କୁ କ୍ଷୀର ଦେବା ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତୁ ନାହିଁ।

Related Articles

Leave a Reply

Your email address will not be published.

Back to top button