ମାତୃଭାଷାରେ ହେବ ସିଏପିଏଫ୍ ପରୀକ୍ଷା

ନୂଆଦିଲ୍ଲୀ:  କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଅର୍ଦ୍ଧସାମରିକ ବଳ (ସିଏପିଏଫ୍) ନିଯୁକ୍ତି ପାଇଁ ହିନ୍ଦି ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷାକୁ ଅନୁମତି ଦେଇଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି । ସେ କହିଛନ୍ତି କି ଆଞ୍ଚଳିକ ଭାଷାରେ ପରୀକ୍ଷା କରାଗଲେ ସିଏପିଏଫରେ ସ୍ଥାନୀୟ ଯୁବକଙ୍କର ଭାଗିଦାରୀ ବଢିବ ଓ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ମଧ୍ୟ ମିଳିବ । ଏବେ ସିଆରପିଏଫ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ହିନ୍ଦି ଓ ଇଂରାଜୀ ବ୍ୟତୀତ ଆସାମିଆ, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ, ତାମିଲ, ତେଲୁଗୁ, ଓଡିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁର ଓ କୋଙ୍କଣୀ ଭାଷାରେ ପ୍ରସ୍ତୁତ କରାଯିବ ।

Related Articles

Leave a Reply

Your email address will not be published.

Back to top button