ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଯୁଦ୍ଧ ବିମାନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ-୩୦ ଏମକେଆଇରେ ଉଡାଣ ଭରିଲେ । ଆସାମ ତେଜପୁର ବାୟୁସେନା ଷ୍ଟେସରୁ ଉଡାଣ ଭରିଲେ ରାଷ୍ଟ୍ରପତି । ବାୟୁସେନାର ପୋଷାକରେ ରାଷ୍ଟ୍ରପତିଙ୍କୁ ଦେଖିବାକୁ ମିଳିଛି । ତେବେ କେବଳ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ହିଁ ନୁହଁନ୍ତି ପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ଲଢୁଆ ବିମାନରେ ବସି ଉଡ଼ାଣ ଭରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଲଢୁଆ ବିମାନରେ ଉଡିଥିଲେ । ନଭେମ୍ବର ୨୦୦୯ରେ ସୁଖୋଇ ବିମାନରେ ବସିଥିଲେ ପ୍ରତିଭା ପାଟିଲ । ପୁଣେ ଏୟାରବେସରୁ ଉଡାଣ ଭରିଥିଲେ ପୂର୍ବତନ ରାଷ୍ଟ୍ରପତି । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ବି ସୁଖୋଇ-୩୦ରେ ବସିଥିଲେ । ସୁପରସୋନିକ ଲଢୁଆ ବିମାନରେ ବସି ୩୦ ମିନିଟ୍ ଧରି ଉଡିଥିଲେ ଅବଦୁଲ କଲାମ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button