ଅତାବିରାରେ ବିଜେଡିର ବାଜିମାତ

ଭୁବନେଶ୍ୱର: ଆସିଲା ଏନଏସି ନିର୍ବାଚନ ଫଳାଫଳ । ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ ହୋଇଛି । ମୋଟ ୧୨ଟି ୱାର୍ଡରୁ ୧୧ଟି ବିଜେଡି ପ୍ରାର୍ଥୀ ବିଜୟଲାଭ କରିଛନ୍ତି ।  ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥର ବିଜୟୀ ହୋଇଛନ୍ତି ।  ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି । ଅତାବିରା ଏନ୍‌ଏସିରେ ବିଜେଡି ବିଜୟ ହାସଲ କରିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।  ବିଜେଡି କର୍ମୀମାନେ ନାଚି ଓ ପରସ୍ପରକୁ ମିଠା ଖୁଆଇ  ଉତ୍ସାହ ମନାଇଛନ୍ତି।  ବିଜେଡି ପାଇଁ ପ୍ରଚାର ଅଭିଯାନ ସମ୍ଭାଳିଥିଲେ ଅତାବିରା ନିର୍ବାଚନମଣ୍ତଳୀରୁ ପ୍ରତିନିଧିତ୍ବ କରୁଥିବା ବିଧାୟିକା ସ୍ନେହା˚ଗିନୀ ଛୁରିଆ। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରୀତା ସାହୁ, ବିଧାୟକ ସୁଶାନ୍ତ ସିଂ, ଦେବେଶ ଆଚାର୍ୟ୍ୟ, ବରିଷ୍ଠ ନେତା ମହେନ୍ଦ୍ର ବଢ଼େଇ, ସାଧୁ ନେପାକଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା। ପ୍ରକାଶ ଯେ ଏପ୍ରିଲ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ଏନଏସି ପାଇଁ ମତଦାନ ହୋଇଥିଲା। ହିନ୍ଦୋଳ ଏନଏଏସିରେ ମୋଟ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅତାବିରା ଏନଏସିରେ ୭୪ପ୍ରତିଶତ ଭୋଟଗ୍ରହଣ ହୋଇଥିଲା । ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ କାଉନସିଲର ପଦବୀ ନିମନ୍ତେ ମୋଟ ୫୦ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ଜଣ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେହିପରି ଅତାବିରା ଏନଏସିର ୧୨ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ୩୯ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

Related Articles

Leave a Reply

Your email address will not be published.

Back to top button